www.samajalive.in
Saturday, December 13, 2025
26.1 C
Bhubaneswar

ଦେଶୀ ମଦ ପୋଚ ନଷ୍ଟ କଲା ଅବକାରୀ ବିଭାଗ

ପାତ୍ରପୁର: ଗଞ୍ଜାମ ଜିଲା ଚିକିଟି ବ୍ଲକରେ ମଦ ମୃତ୍ୟୁ ଘଟଣା ପରେ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ଧରପଗଡ ଆରମ୍ଭ ହୋଇଛି। ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦେଶରେ ରବିବାର ଜରଡ଼ା ଥାନା ଗାଙ୍ଗପୁର, ଶାସନ ଓ ବଡ଼ଝୋଲା ଗ୍ରାମ୍ୟ ଜଙ୍ଗଲରେ ଚଢାଉ ହୋଇଥିଲା। ମଦ ତିଆରି ପାଇଁ ଥିବା ୧୩,୨୦୦ ଲିଟର ଗୁଡ଼ ପୋଚ ନଷ୍ଟ କରିବା ସହ ବିକ୍ରି ଉଦେଶ୍ୟରେ ଥିବା ପ୍ରାୟ ୧୫୦୦ ଲିଟର ମଦ କୁ ଜବତ କରିଛି ଅବକାରୀ ବିଭାଗ। ଜବତ ମଦର ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଛି। ଘଟଣାରେ କାହାକୁ ବି ଗିରଫ କରାଯାଇ ନଥିବା ଚିକିଟି ଅବକାରୀ ଉପ ଅଧିକ୍ଷକ କୁମୁଦ ରଞ୍ଜନ କହଁର ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories