www.samajalive.in
Wednesday, December 10, 2025
18.1 C
Bhubaneswar

ଯୁବରାଜଙ୍କୁ ପ୍ରଶିକ୍ଷକ କରିପାରେ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ୍‌ ତାରକା ଯୁବରାଜ ସିଂହଙ୍କୁ ମୁଖ୍ୟ ପ୍ରଶିକ୍ଷକ କରିବା ଲାଗି ଆଇପିଏଲ୍‌ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଆଗ୍ରହ ପ୍ରକାଶ କରିଛି। ଏଥିପାଇଁ ଯୁବରାଜଙ୍କ ସହ ଆଲୋଚନା ଚଳାଇଛି ଦିଲ୍ଲୀ କ୍ୟାପିଟାଲ୍‌ସ। ଗତ କିଛି ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ କରି ପାରିନାହିଁ। ତେଣୁ ଦଳର ଖେଳାଳିଙ୍କୁ ପ୍ରେରଣା ଯୋଗାଇବା ଏବଂ ଉଚିତ୍‌ ଦିଗ୍‌ଦର୍ଶନ ଦେବା ପାଇଁ ଯୁବରାଜଙ୍କ ପରି କ୍ରିକେଟ୍‌ ମହାରଥୀଙ୍କୁ ମୁଖ୍ୟ ପ୍ରଶିକ୍ଷକ କରିବାକୁ ଦିଲ୍ଲୀ ଫ୍ରାଞ୍ଚାଇଜି ଚାହୁଁଛି।  ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଆଶିଷ ନେହେରାଙ୍କ ସ୍ଥାନରେ ଯୁବରାଜ ଗୁଜରାଟ ଟାଇଟାନ୍ସର ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି। ହେଲେ ଗୁଜରାଟ ଟାଇଟାନ୍‌ସ ଦଳ ସୂତ୍ରରୁ ପ୍ରକାଶ ଯେ ନେହେରାଙ୍କୁ ୨୦୨୫ ଆଇପିଏଲ୍‌ ସଂସ୍କରଣ ଲାଗି ଗୁଜରାଟ ମୁଖ୍ୟ ପ୍ରଶିକ୍ଷକ ଭାବେ ରଖିବ। ଯୁବରାଜଙ୍କର କୌଣସି ପ୍ରଶିକ୍ଷଣ ଅଭିଜ୍ଞତା ନାହିଁ। ହେଲେ ଶୁବ୍‌ମାନ ଗିଲ୍‌, ଅଭିଷେକ ଶର୍ମା ଓ ଅନ୍ୟ କିଛି ଯୁବ କ୍ରିକେଟରଙ୍କୁ ସେ ନିୟମିତ ପ୍ରଶିକ୍ଷଣ ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଦିଲ୍ଲୀ କ୍ୟାପିଟାଲ୍‌ସର ପ୍ରଶିକ୍ଷକ ଥିବା ରିକି ପଣ୍ଟିଂଙ୍କ ବିଦାୟ ପରେ ଜଣେ ଦକ୍ଷ ପ୍ରଶିକ୍ଷକ ଖୋଜୁଛି ଦିଲ୍ଲୀ କ୍ୟାପିଟାଲ୍ସ। ତେଣୁ ବେଶ୍‌ ଅଭିଜ୍ଞ ଯୁବରାଜ ସିଂହଙ୍କୁ ମୁଖ୍ୟ ପ୍ରଶିକ୍ଷକ କରିବାକୁ ଦିଲ୍ଲୀ କ୍ୟାପିଟାଲ୍ସ ଚାହୁଁଛି। ଯୁବରାଜ ଭାରତ ପାଇଁ ୪୦ଟି ଟେଷ୍ଟ, ୩୦୪ଟି ଦିନିକିଆ ଓ ୫୮ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ୨୦୧୧ରେ ଭାରତ ଦିନିକିଆ ବିଶ୍ବକପ୍‌ ଚମ୍ପିଆନ୍ ହୋଇଥିବା ବେଳେ ଯୁବରାଜ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ। ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ ଖେଳି ମୁମ୍ବଇଠାରୁ ପରାସ୍ତ ହୋଇଥିଲା। ୨୦୨୧ରେ ଏହା ପ୍ଲେଅଫ୍ ଖେଳିଥିଲା। ହେଲେ ପରବର୍ତ୍ତୀ ୩ଟି ସଂସ୍କରଣରେ ଏହା ପ୍ଲେଅଫ୍‌ରେ ପହଞ୍ଚି ପାରିନଥିଲା। ଏବେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍‌ସର କ୍ରିକେଟ୍‌ ନିର୍ଦେଶକ ଅଛନ୍ତି। ଗାଙ୍ଗୁଲି ମୁଖ୍ୟ ପ୍ରଶିକ୍ଷକ ​‌ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ‌ବେଳେ ଦଳ କିନ୍ତୁ ଜଣେ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିବାକୁ ଚାହୁଁଛି। ଏବେ ଦେଖିବାର କଥା; ଯୁବରାଜ ଦିଲ୍ଲୀ କ୍ୟାପିଟାଲ୍‌ସର ମୁଖ୍ୟ ପ୍ରଶିକ୍ଷକ ହେବାକୁ ରାଜି ହେଉଛନ୍ତି କି ନାହିଁ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories