www.samajalive.in
Monday, December 8, 2025
24.1 C
Bhubaneswar

ଚିକିତ୍ସା ପାଇଁ ଜମି ବନ୍ଧା ପଡ଼ିଲା, ହେଲେ ରୋଗରୁ ମିଳିଲାନି ମୁକ୍ତି; ଘରେ ପଡ଼ିଛନ୍ତି ନରେନ୍ଦ୍ର

କଲମପୁର: ଦୂରାରୋଗରେ ପୀଡିତଙ୍କ ଚିକିତ୍ସା ପାଇଁ ରହିଛି ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଣ୍ଠି ସହାୟତା ସାଙ୍ଗକୁ ଆୟୁଷ୍ମାନ ଯୋଜନା । କିନ୍ତୁ ଜଣେ ରୋଗୀ ନିଜର ଜମି ଘର ବନ୍ଧକ ରଖି ଅନେକ ଡାକ୍ତରଖାନା ବୁଲି ବୁଲି ଚିକିତ୍ସା କରାଇଥିଲେ ମଧ୍ୟ ରୋଗରୁ ଉପସମ ମିଳି ପାରିନାହିଁ । ବରଂ ଦିନକୁ ଦିନ ରୋଗ ବଢ଼ି ଚାଲିଛି। ଅର୍ଥ ଅଭାବରୁ ଏବେ ଡାକ୍ତରଖାନା ଯାଇ ଚିକିତ୍ସା ସମ୍ଭବ ହେଉ ନ ଥିବାରୁ ଘରେ ପଡ଼ିରହି ଜୀବନ ସହ ସଂଘର୍ଷ କରୁଛନ୍ତି କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନାଏକଗୁଡା ଗ୍ରାମର ୩୫ ବର୍ଷୀୟ ନରେନ୍ଦ୍ର ନାଏକ।

ନରେନ୍ଦ୍ର ଅନୁସୂଚିତ ଜନ ଜାତି ବର୍ଗର। ସମ୍ପତ୍ତି କହିଲେ ୧ ଏକର ଜମି ଏବଂ ଘର ଡିହ ଖଣ୍ଡେ। ତାଙ୍କ ରୋଜଗାରରେ ବୃଦ୍ଧା ମା, ପତ୍ନୀ ଏବଂ ଦୁଇ ଶିଶୁ ଚଳନ୍ତି । କିନ୍ତୁ ବର୍ଷାଧିକ କାଳ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ଚିକିତ୍ସା ଏବଂ ପରିବାର ପ୍ରତିପୋଷଣ ପାଇଁ ସାହାରା ଥିବା ଜମି ଖଣ୍ଡକ ବନ୍ଧା ପଡ଼ିସାରିଛି । ରୋଗ ଯନ୍ତ୍ରଣା ବଢି ଚାଲିବାରୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ପରୀକ୍ଷା ନିରୀକ୍ଷା ପରେ ସେ କିଡନୀ ରୋଗରେ ଆକ୍ରାନ୍ତ ହେଇଥିବା ଜଣାପଡିଥିଲା । କିନ୍ତୁ ଅର୍ଥ ଅଭାବରୁ ସେଠାରୁ ସେ ଫେରି ଆସିଥିଲେ। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଡାୟାଲିସସ କରାଯାଇଥିଲେ ମଧ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା । ଅନ୍ୟପଟେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ଡାକ୍ତରଖାନକୁ ସ୍ଥାନାନ୍ତରଣ ପାଇଁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଅର୍ଥ ଅଭାବ କାରଣରୁ ସେ ନିରାଶ ହେଇ ଘରକୁ ଫେରି ଆସିଛନ୍ତି। ୮୦ ବର୍ଷୀୟ ବୃଦ୍ଧା ମା’ ନିଜ ପୁଅକୁ ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ରରୁ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୁଲାଉଛନ୍ତି। ତୁରନ୍ତ ନରେନ୍ଦ୍ରଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବା ସହିତ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories