www.samajalive.in
Monday, December 8, 2025
24.1 C
Bhubaneswar

ଗାଁକୁ ନାହିଁ ରାସ୍ତା; କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ

ଠାକୁରମୁଣ୍ଡା: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ଭଲ ରାସ୍ତା। କାଦୁଅ ପଚ ପଚ ରାସ୍ତାରେ ଯାତାୟତ କରୁଛନ୍ତି ଗ୍ରାମବାସୀ। ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଫଳରେ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ଭାବେ ପ୍ରତିବାଦ କରିଛନ୍ତି। ଏଦୃଶ୍ୟ ହେଉଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ଯଶିପୁର ବ୍ଲକ ପୋଡାଗୋଡ ପଞ୍ଚାୟତ କାଶିପାଳ ଗାଁ ମାରେଦା ସାହିର। ଏହି ଗାଁରେ ୪୦ରୁ ଉଦ୍ଧ୍ୱର୍ ଆଦିବାସୀ ଶ୍ରେଣୀର ପରିବାର ବସବାସ କରନ୍ତି। ହେଲେ ସ୍ୱାଧୀନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ଯାଏ ଗାଁକୁ ପଡ଼ି ନାହିଁ ବିକାଶର ପାଦ ଚିହ୍ନ। ଗାଁକୁ ପକ୍କା ସଡକ ଯୋଜନାରେ ସାମିଲ କରାଯାଇ ପକ୍କା ରାସ୍ତା ଟିଏ ନିର୍ମାଣ ହୋଇ ନାହିଁ। ଯାହା ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନଥିବାରୁ କୌଣସି ସରକାରୀ ଅଧିକାରୀ ଗାଁକୁ ଯାଉନଥିବାରୁ ଗ୍ରାମବାସୀମାନେ ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି।
ଅନ୍ୟପଟେ ଗ୍ରାମକୁ ସଂଯୋଗ କରୁଥିବା ଗୋଟିଏ ରାସ୍ତା ୨୦୨୨ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେ ରାସ୍ତା କଥା ନକହିବା ଭଲ। ବିଲ ମାଟି ରେ ତିଆରି ହୋଇଥିବା ଯୋଗୁଁ ରାସ୍ତା ର ଅବସ୍ଥା ସମ୍ପୂର୍ଣ୍ଣ ଶୋଚନୀୟ। ଏସବୁ ସମସ୍ୟା ବିଷୟରେ ଗ୍ରାମବାସୀମାନେ ବହୁ ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ପ୍ରଶାସନିକ ଏପରିକି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାର ସମାଧାନ ଦିଗରେ କେବଳ ମିଳିଛି ପ୍ରତିଶ୍ରୁତି। ତେଣୁ ଗାଁର ଗୌରୀ ହେମ୍ବ୍ରମ ଓ ଶ୍ୟାମସୁନ୍ଦର ହେମ୍ବ୍ରମ ଙ୍କ ନେତୃତ୍ୱରେ ଶତାଧିକ ଲୋକେ ଅସନ୍ତୋଷ ଜାହିର କରି ଶେଷରେ ରାସ୍ତା ଉପରେ ଧାନ ତଳି ଲଗାଇ ରାସ୍ତା ନିର୍ମାଣ ପାଇଁ ଅଭିନବ ପ୍ରତିବାଦ କରିବା ସହ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories