www.samajalive.in
Monday, December 15, 2025
17.1 C
Bhubaneswar

ଅବସରପ୍ରାପ୍ତ ସେନା କର୍ମଚାରୀ ସମାବେଶ

ଗୋପାଳପୁର: ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜ ପରିସରରେ ସେନା ବାହିନୀରେ ଯୋଗ ଦେଇ ଦେଶ ସେବାରେ ନିଜକୁ ନିୟୋଜିତ ରଖିଥିବା ଯବାନ ମାନେ ଅବସର ନେବା ପରେ କିଭଳି ଖୁସିରେ ଜୀବନ ଅତିବାହିତ କରି ପାରିବେ ତାହାକୁ ଦୃଷ୍ଟିରେ ରଖି ଅବରପ୍ରାପ୍ତ ସେନା କର୍ମଚାରୀ ସମାବେଶ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ସଭାପ୍ରାରମ୍ଭରେ କ​‌େ​‌​‌​‌ର୍ଣ୍ଣଲ ଏଲ. କେ ସିହ୍ନା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମାବେଶକୁ ଆର୍ମି ଏଡି କଲେଜର କମାଣ୍ଡାଣ୍ଟ ଲେଫଣ୍ଟାଣ୍ଟ ଜେନେରାଲ ୟୁ.ଭି. ତଲୁର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମାବେଶର ଶୁଭାରମ୍ଭ କରିଥିଲେ। ବିଭିନ୍ନ ସମୟରେ ସେନା କର୍ମଚାରୀ ମାନେ ଅବସର ନେବା ପରେ ବିଭିନ୍ନ ସମସ୍ୟାରେ ପଡିଥାନ୍ତି । ଯେଭଳି କି ପେନସନ, ବ୍ୟାଙ୍କ ଜନିତ ସମସ୍ୟା ଓ ପୁନଃ ନିଯୁକ୍ତି ଭଳି ସମସ୍ୟାରେ ପଡିଥାନ୍ତି । ସିଧାସଳଖ ଏହି ସମସ୍ୟା ଗୁଡିକର ସମାଧାନ ପାଇଁ ସେନା ପକ୍ଷରୁ ପ୍ରତି ବର୍ଷ ଏଭଳି ସମାବେଶର ଆୟୋଜନ କରାଯାଇଥାଏ । ତେବେ କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ଏହା ଆୟୋଜିତ ହୋଇପାରିନଥିଲା।  ଚଳିତ ବର୍ଷ ଏହି ସମାବେଶରେ ରାଜ୍ୟର ୭ଶହରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସେନା କର୍ମଚାରୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆୟୋଜନରେ କେବଳ ସମସ୍ୟାର ସମାଧାନ ସହ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହେବା ସହିତ  ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା । ଏହି ଅବସରରେ ୮୦ ବର୍ଷ ବୟସର ଅବସରପ୍ରାପ୍ତ ସେନା କର୍ମଚାରୀ, ଦେଶ ପାଇଁ ବଳୀଦାନ ଦେଇ ସହୀଦ ହୋଇଥିବା ପରିବାର ବର୍ଗର‌ ବୀର ନାରୀ ମାନଙ୍କୁ ଲେଫଣ୍ଟାଣ୍ଟ ଜେନେରାଲ ୟୁ. ଭି ତଲଉରଙ୍କ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ସମାବେଶରେ ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ନିଜର ସମସ୍ୟା ଉପସ୍ଥାପନା କରିବା ସହ ବିଭିନ୍ନ ବିଭାଗର ସମସ୍ତ ସମସ୍ୟା ପାଇଁ ଖୋଲା ଯାଇଥିବା ସିଙ୍ଗଲ ୱିଣ୍ଡୋରେ  ସମସ୍ୟାର  ସମାଧାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମକୁ ନେଇ ଅବସରପ୍ରାପ୍ତ ସେନା କର୍ମଚାରୀ ମାନଙ୍କ ମଧ୍ୟରେ ବେଶ ଖୁସି ଦେଖିବାକୁ ମିଳିଥିଲା। ଗଞ୍ଜାମ ଜିଲ୍ଲାରେ ଥିବା ସୈନିକ ବୋର୍ଡରେ ସମ୍ପାଦକ ପଦବୀ ପୂରଣ ହୋଇ ପାରିନଥିବାରୁ  ଅବରସରପ୍ରାସ୍ତ କର୍ମଚାରୀ ମାନେ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିବା ସହ ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ପଦବୀ ପୁରଣ କରିବାକୁ ଅଖିଳ ଭାରତୀୟ ପୂର୍ବ ସୈନିକ ସେବା ପରିଷଦର ରାଜ୍ୟ ସଭାପତି ବ୍ରିଗେଡର ଅଭିମନ୍ୟୁ ରାଉତ ଦାବି ଜଣାଇବା ସହ ଅବସର ଗ୍ରହଣ କରୁଥିବା ସେନା କର୍ମଚାରୀ ମାନେ ନିଜ ରାଜ୍ୟକୁ ଫେରିବା ବେଳେ ନିଜର ଗାଡି ମୋଟର ଗୁଡ଼ିକର ଏନ ଓ ସି ସହ ପୁନଃ ପଞ୍ଜିକରଣ କରିବାକୁ ପଡୁଥିବାରୁ ଖର୍ଚ୍ଚାନ୍ତ ହେଉଥିବାରୁ ଏହାକୁ ପ୍ରଶାସନ ପକ୍ଷରୁ  ସରକାର ବିଚାର କରି ଏହା ଛାଡ଼ କରିବାକୁ  ପରିଷଦ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା । ଏହି ଅବସରରେ ସେନା କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ଲେପଣ୍ଟାଣ୍ଟ ଡ଼ ଲକ୍ଷ୍ମୀଧର ଭୂୟାଁ ଙ୍କ ଦ୍ଵାରା ଲିଖିତ ପୁସ୍ତକ ‘ରିସ୍ତେ’ର ଶୁଭ ଉନ୍ମୋଚନ କରାଯାଇଥିଲା। ଏହି ସମାବେଶର ଆର୍ମି ଏଡି କଲେଜର ବ୍ରିଗେଡର ଆଇ ଏସ ପଞରଥ, ତ୍ରିବେଣୀ ତଲୁର,ଜାନଭି ପଞରଥ, ବହୁ ସେନା କର୍ମଚାରୀ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସେନାରୁ ଅବସର ନେଇଥିବା କର୍ମଚାରୀ ମାନେ କିଭଳି ଅବଶିଷ୍ଟ  ନିଜ ଜୀବନ ସହଜରେ ଅତିବାହିତ କରିପାରିବେ ଓ ଖୁସିରେ ବିତାଇବେ ସେଥିପାଇଁ ସେନା ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସମାବେଶ ବାସ୍ତବରେ ସ୍ୱାଗତ ଯୋଗ୍ୟ  ବୋଲି ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ମତବ୍ୟକ୍ତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories