ବିଜେଡିରୁ ଇସ୍ତଫା ଦେଲେ ପ୍ରିୟଦର୍ଶୀ ମିଶ୍ର
ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଛନ୍ତି ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ଦଳର ସଭାପତିଙ୍କୁ ସେ ଇସ୍ତଫା ପତ୍ର ପଠାଇଛନ୍ତି। ଦଳରେ କ୍ରମାଗତ ଅବହେଳା ଦର୍ଶାଇ ପ୍ରିୟଦର୍ଶୀ ଇସ୍ତଫା ଦେଇଛନ୍ତି। ୨୦୧୪ରେ ସେ ନିର୍ବାଚନ ଲଢି ଜିତିଥିଲେ। ହେଲେ ୨୦୧୯ରେ ତାଙ୍କର ଟିକେଟ କଟିଥିଲା। ୨୦୨୪ରେ ଟିକେଟ ଆଶାୟୀ ଥିଲେ ପ୍ରିୟଦର୍ଶୀ। ହେଲେ ଦଳରେ ଟିକେଟ ମିଳିବା ଆଶା ମଉଳିବା ପରେ ଦଳରୁ ଇସ୍ତଫା ଦେଇଛନ୍ତି। ଆଗାମି ଦିନରେ କେଉଁ ଦଳକୁ ଯିବେ ଏବଂ ନିର୍ବାଚନ ଲଢିବେ କି ନାହିଁ କର୍ମୀ ଏବଂ ସମର୍ଥକଙ୍କ ସହ ଆଲୋଚନା କରି ନିଷ୍ପତି ନେବେ ବୋଲି କହିଛନ୍ତି ପ୍ରିୟଦର୍ଶୀ।
Comments are closed.