www.samajalive.in
Saturday, December 6, 2025
26.1 C
Bhubaneswar

ଆଇସକ୍ରିମ୍ ଟ୍ୟୁଲିପ୍

ନୂଆଦିଲ୍ଲୀ: ପ୍ରାୟ ୭୫ ପ୍ରକାର ପ୍ରଜାତିର ଟ୍ୟୁଲିପ୍ ସମଗ୍ର ବିଶ୍ବରେ ଦେଖାଯାଉଛି। ତନ୍ମଧ୍ୟରୁ ଗୋଟିଏ ପ୍ରକାର ହେଉଛି ‘ଆଇସକ୍ରିମ୍ ଟ୍ୟୁଲିପ୍’। କେନ୍ଦ୍ର ଏସିଆ, ନେଦରଲ୍ୟାଣ୍ଡରେ ସବୁଠୁ ଉତ୍କୃଷ୍ଟମାନର ଟ୍ୟୁଲିପ୍ ପ୍ରସ୍ଫୁଟିତ ହେଉଥିବା ବିଶେଷଜ୍ଞ ଦଳଙ୍କ ଅନୁମାନ। ନେଦରଲ୍ୟାଣ୍ଡ ଜଳବାୟୁ, ମୃତ୍ତିକାରେ ଏହି ବିଶେଷ ଧରଣର ଆଇସକ୍ରିମ୍ ଟ୍ୟୁଲିପ୍‌ ଭଲଭାବେ ବଢ଼େ। ହଠାତ୍ କେହି ଏଭଳି ଟ୍ୟୁଲିପ୍ ଫୁଲକୁ ଦେଖିଲେ, ଏହା ଏକ ଆଇସକ୍ରିମ୍ ବୋଲି ଭ୍ରମ ଧାରଣା ଦେଇଥାଏ। ଫୁଲ ପାଖୁଡ଼ାଗୁଡ଼ିକ ଆଇସକ୍ରିମ୍‌ କୋନ୍‌ ପରି ଦେଖାଯାଉଥିବାବେଳେ ଈଷତ୍ ଗୋଲାପୀ ରଙ୍ଗ ଫୁଲ କ୍ରିମ୍‌ ପରି ମନେହେବ। ୟୁରୋପ, ଆମେରିକାର ଧନିକ ଗୋଷ୍ଠୀ ଆଇସକ୍ରିମ୍ ଟ୍ୟୁଲିପ୍‌କୁ ଘର ସାଜସଜ୍ଜା ପାଇଁ ବ୍ୟବହାର କରନ୍ତି। ବିଶେଷ ଭାବେ ପିଲାଙ୍କ ଜନ୍ମଦିନରେ ଏହି ପ୍ରଜାତି ଟ୍ୟୁଲିପ୍ ଖୋଜାପଡ଼େ। ୨୫ ସେଣ୍ଟିମିଟର ଆଇସକ୍ରିମ୍ ଟ୍ୟୁଲିିପ୍‌ର ହାରାହାରି ଲମ୍ବ। ଏପ୍ରିଲ୍ ଶେଷ ଭାଗରୁ ମେ ମଧ୍ୟ ଭାଗ ପର୍ଯ୍ୟନ୍ତ ଏହି ଟ୍ୟୁଲିପ୍ ପ୍ରସ୍ଫୁଟିତ ହୋଇ ଚତୁର୍ଦିଗର ଶୋଭାବର୍ଦ୍ଧନ କରନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories