www.samajalive.in
Sunday, December 14, 2025
14.1 C
Bhubaneswar

ଡିୟୁଏସ୍‍ୟୁ ନିର୍ବାଚନ: ଇଭିଏମ୍‍ରେ ତ୍ରୁଟି ଯୋଗୁ ଗଣତିରେ ବିଳମ୍ବ

ନୂଆଦିଲ୍ଲୀ : ଇଭିଏମ୍‍ରେ ତ୍ରୁଟି ଯୋଗୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ (ଡିୟୁଏସ୍‍ୟୁ) ନିର୍ବାଚନର ଭୋଟ ଗଣତି ଗୁରୁବାର ଅଧାରୁ ବନ୍ଦ କରିବାକୁ ପଡିଛି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେତେକ ଇଭିଏମରେ ତ୍ରୁଟି ଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିବା ପରେ ଗଣତିକୁ ପ୍ରଥମେ ଏକ ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା। ଇଭିଏମକୁ ଠିକ୍‍ କରି ଗଣତି ପୁନଃ ଆରମ୍ଭ କରିବାକୁ ଛାତ୍ରମାନଙ୍କୁ ନିର୍ବାଚନ ଅଧିକାରୀମାନେ କହିଥିଲେ। ମାତ୍ର ସେମାନେ ସେଥିରେ ରାଜି ନ ହେବାରୁ ଗଣତି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା ବୋଲି ଜଣେ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ପ୍ରାରମ୍ଭିକ ଗଣତି ଅନୁସାରେ ଏଠାରେ ସଭାପତି ପଦ ପାଇଁ କଂଗ୍ରେସ ସମର୍ôଥତ ଏନଏସୟୁଆଇ ପ୍ରାର୍ଥୀ ଏବଂ ଉପସଭାପତି ପଦରେ ବିଜେପି ସମର୍ଥିତ ଏବିଭିପି ପ୍ରାର୍ଥୀ ଆଗୁଆ ଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories