www.samajalive.in
Monday, December 8, 2025
14.1 C
Bhubaneswar

ବାଙ୍କୀରେ ଅବକାରୀ ଚଢାଉ; ୪୦୦ଲିଟର ମଦ ଜବତ, କାର ସହ ୨ଗିରଫ

ବାଙ୍କୀ : ବାଙ୍କୀ ଅଞ୍ଚଳରେ ଦିନକୁ ଦିନ ଚୋରାମଦ ବ୍ୟବସାୟ ବଢିଚାଲିଥିଲା ବେଳେ ଅସାଧୁ ବ୍ୟବସାୟୀମାନେ ସହଜରେ ଖସିଯାଉଥିବା ଜଣାପଡିଛି। ବିଭିନ୍ନ ସମୟରେ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚୋରା ମଦ ପ୍ରସ୍ତୁତ ପାଇଁ ମହଜୁଦ୍ ଥିବା ହଜାର ହଜାର ଲିଟର ପୋଚ ଜବତ କରି ଏହାକୁ ନଷ୍ଟ କରାଯାଇଛି। ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ଅବକାରୀ ବିଭାଗ ବିଫଳ ହେଉଛି। ହେଲେ ଗୁରୁବାର ଦିନ ମଧ୍ୟାହ୍ନରେ ବାଙ୍କୀ ଅବକାରୀ ବିଭାଗକୁ ଗୋଟିଏ ବଡ ସଫଳତା ମିଳିଛି। ଅବକାରୀ ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ବାଙ୍କୀ କଟକ ମୁଖ୍ୟ ରାସ୍ତାର ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ସାଧା ପୋଷାକରେ ଏକ ସୁଇଫ୍ଟ ଡିଜେଆର କାର ସହିତ ସେଥିରେ ଥିବା ଦେଶୀ ଚୋରା ମଦ ପ୍ଲାଷ୍ଟିକ ବ୍ୟାରେଲକୁ ଜବତ କରି ଡ୍ରାଇଭର ସମେତ ଜଣକୁ କାବୁ କରି ଗରିଫ କରିବାରେ ସଫଳ ହୋଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ କାରଟି ବାଙ୍କୀ ଆଡକୁ ଆସୁଥିବାର ଖବର ପାଇ କାର୍ଯ୍ୟାଳୟ ସମ୍ମୁଖରେ ଅଟକାଇଥିଲେ। କାରରେ ଥିବା ପ୍ଲାଷ୍ଟିକ ବ୍ୟାରେଲରେ ପ୍ରାୟ ୪୦୦ଲିଟର ଚୋରା ମଦ ଥିବା ସୂଚନା ମିଳିଛି। ଏହି ଚଢାଉ ସମୟରେ ବିଶ୍ୱନାଥ ସୋରେନ, ଗୀତାଞ୍ଜଳି ବେହେରା, ସଞ୍ଜୟ କୁମାର ରାଉତ, ସନ୍ତୋଷ କୁମାର ମହାରଣା ପ୍ରମୁଖ ସାମିଲ ଥିଲେ। ଆଠଗଡ ଥାନା ଅନ୍ତର୍ଗତ କୋରଗାଁ ଅଞ୍ଚଳରୁ କାରଟି ମଦ ନେଇ ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମକୁ ଯାଉଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଅବକାରୀ ଅଧିକାରୀ କହିଛନ୍ତି। ଆଠଗଡ ଥାନା ସଠିଳ ବାସୁଦେବପୁର ଗ୍ରାମର ଡ୍ରାଇଭର ଅଧିର ନାୟକ(୨୭) ହୋଇଥିଲା ବେଳେ ଗାଡିରେ ଥିବା ଅନ୍ୟ ଅଭିଯୁକ୍ତ ପ୍ରହଲ୍ଲାଦ ପାତ୍ର(୩୧) ମଧ୍ୟ ସେହି ଗ୍ରାମର ବୋଲି ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories