www.samajalive.in
Friday, December 12, 2025
14.1 C
Bhubaneswar

ଆଜିଠାରୁ ୟୁରୋ କପ୍‌ ଫୁଟବଲ: ୨୪ ଦେଶ, ୫୧ ମ୍ୟାଚ, ଜୁଲାଇ ୧୧ରେ ଫାଇନାଲ

ବ୍ରୁସେଲ୍ସ: ୟୁରୋପ ମହାଦେଶର ସର୍ବଶ୍ରେଷ୍ଠ ତଥା ବିଶ୍ବର ଦ୍ବିତୀୟ ସର୍ବାଧିକ ଲୋକପ୍ରିୟ ଫୁଟବଲ ପ୍ରତିଯୋଗିତା ୟୁରୋକପ୍-୨୦୨୦ ଚଳିତ ଜୁନ୍‌ ୧୧ରୁ ଜୁଲାଇ ୧୧ ପର୍ଯ୍ୟନ୍ତ ଆୟୋଜିତ ହେବ। ପ୍ରତି ୪ ବର୍ଷରେ ଥରେ ଆୟୋଜିତ ହେଉଥିବା ଉକ୍ତ ପ୍ରତିଯୋଗିତାର ୧୬ତମ ସଂସ୍କରଣ -୨୦୨୦କୁ କରୋନା ମହାମାରୀ ପାଇଁ ଏକବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ଟୁର୍ଣ୍ଣାମେଣ୍ଟ ୯ ଟି ଦେଶ ଇଟାଲି, ଡେନମାର୍କ, ନେଦରଲାଣ୍ଡ୍‌ସ, ଇଂଲଣ୍ଡ, ସ୍ପେନ, ରୁଷ, ଜର୍ମାନୀ, ଚେକ୍‌ ଗଣରାଜ୍ୟ ଓ ହଙ୍ଗେରୀର ୧୧ଟି ସହରରେ ଖେଳାଯିବ।

ଏକମାସ ଧରି ଚାଲିବାକୁ ଥିବା ଉକ୍ତ ଟୁର୍ଣ୍ଣାମେଣ୍ଟରେ ୨୪ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଦଳ ଗୁଡ଼ିକୁ ୬ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ-ଏ ରେ ତୁର୍କୀ, ଇଟାଲି, ୱେଲ୍ସ ଓ ସ୍ବିଜରଲାଣ୍ଡ ସ୍ଥାନ ପାଇଥିବାବେଳେ ଗ୍ରୁପ-ବି ରେ ଡେନମାର୍କ, ଫିନ୍‌ଲାଣ୍ଡ, ବେଲଜିୟମ, ରୁଷ, ଗ୍ରୁପ-ସି ରେ ନେଦରଲାଣ୍ଡ୍‌ସ, ୟୁକ୍ରେନ, ଅଷ୍ଟ୍ରିଆ , ନର୍ଥ ମାସିଡୋନିଆ,ଗ୍ରୁପ-ଡିରେ ଇଂଲଣ୍ଡ, କ୍ରୋଏସିଆ, ସ୍କଟ୍‌ଲାଣ୍ଡ , ଚେକ୍‌ ଗଣରାଜ୍ୟ, ଗ୍ରୁପ-ଇ ରେ ସ୍ପେନ, ସ୍ବିଡେନ, ପୋଲାଣ୍ଡ, ସ୍ଲୋଭାକିଆ ଓ ଗ୍ରୁପ-ଏଫ୍‌ରେ ହଙ୍ଗେରୀ, ପର୍ତ୍ତୁଗାଲ, ଫ୍ରାନ୍ସ ଓ ଜର୍ମାନୀ ରହିଛନ୍ତି। ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ ଗ୍ରୁପ୍‌- ଏ ର ତୁର୍କୀ ଓ ଇଟାଲି ମଧ୍ୟରେ ରୋମରେ ଖେଳାଯିବ।

- Advertisement -

ପ୍ରତି ଗ୍ରୁପର ଶ୍ରେଷ୍ଠ ୨ଟି ଲେଖାଏଁ ଦଳ ସିଧାସଳଖ ପ୍ରି- କ୍ବାର୍ଟର ଫାଇନାଲକୁ ଉନ୍ନୀତ ହେବାବେଳେ ୬ଟି ଗ୍ରୁପର ୩ୟ ସ୍ଥାନରେ ରହିଥିବା ୬ ଦଳ ମଧ୍ୟରୁ ଶ୍ରେଷ୍ଠ ୪ ଦଳ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହେବେ। ଜୁନ୍ ୨୩ ପର୍ଯ୍ୟନ୍ତ ଲିଗ୍‌ ମ୍ୟାଚ ଖେଳାଯିବ। ୨୬ରୁ ୨୯ ପର୍ଯ୍ୟନ୍ତ ପ୍ରି- କ୍ବାର୍ଟର ଫାଇନାଲ, ଜୁଲାଇ ୨ ଓ ୩ରେ କ୍ବାର୍ଟର ଫାଇନାଲ, ଜୁଲାଇ ୬ରେ ସେମିଫାଇନାଲ, ୭ରେ ତୃତୀୟ ସ୍ଥାନ ଓ ୧୧ରେ ଫାଇନାଲ ମ୍ୟାଚ ଖେଳାଯିବ। ୟୁରୋପ ମହାଦେଶର ଏହି ସମ୍ମାନଜକ ଟ୍ରଫିକୁ ହାତେଇବା ପାଇଁ ଫ୍ରାନ୍ସ, ପର୍ତ୍ତୁଗାଲ, ଇଟାଲି, ଜର୍ମାନୀ, ଇଂଲଣ୍ଡ, ବେଲଜିୟମ, ସ୍ପେନ, ନେଦରଲାଣ୍ଡସ, ଅଷ୍ଟ୍ରିଆ ପ୍ରମୁଖ ଦଳ ଦାବିଦାର ରହିଛନ୍ତି। ୧୯୬୦ରୁ ଆରମ୍ଭ ହୋଇଥିବା ଉକ୍ତ ପ୍ରତିଯୋଗିତାରେ ଜର୍ମାନୀ ଓ ସ୍ପେନ ସର୍ବାଧିକ ୩ଥର ଲେଖାଏଁ, ଫ୍ରାନ୍ସ ୨ ଥର, ସୋଭିଏତ୍‌ ୟୁନିୟନ, ଇଟାଲି, ଚେକୋସ୍ଲୋଭାକିଆ, ନେଦରଲାଣ୍ଡ୍‌ସ, ଡେନମାର୍କ, ଗ୍ରୀସ ଓ ପର୍ତ୍ତୃଗାଲ ଥରେ ଲେଖାଏଁ ଚମ୍ପିଆନ ହୋଇଛନ୍ତି। ୨୦୧୬ରେ ପର୍ତ୍ତୃଗାଲ ପ୍ରଥମ ଥର ଚମ୍ପିଆନ ହୋଇଥିଲା।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories