www.samajalive.in
Sunday, December 7, 2025
23.1 C
Bhubaneswar

ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ୍‍ ସଂସଦରେ ଗୃହୀତ

ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ୍‍-୨୦୨୦ ରାଜ୍ୟସଭାରେ ପାସ୍‍ ହେବା ସହ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି। ଯୁଦ୍ଧ ଓ ମରୁଡ଼ି ଭଳି ଅସାଧାରଣ ପରିସ୍ଥିତି ସମୟରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ପଦାର୍ଥର ଯୋଗାଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ବିଲ୍‍ ସରକାରଙ୍କୁ କ୍ଷମତା ପ୍ରଦାନ କରିବ। ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଅଧ୍ୟାଦେଶ ୨୦୨୦ ସ୍ଥାନରେ ଏହି ବିଲ୍‍ ଲାଗୁ ହେବ।

ବିଲ୍‍ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି, ଖାଉଟି ବ୍ୟାପାର ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଦାଦାରାଓ କହିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆଇନ, ଯାହା ସ୍ଥାନୀୟ ସାମଗ୍ରୀର ବ୍ୟବହାରକୁ ପ୍ରୋତ୍ସାହିତ କରିବ। ସେ କହିଛନ୍ତି, କରୋନା ପରିସ୍ଥିତି ଯୋର୍ଗୁଁ କୃଷକମାନଙ୍କ ହିତ ପାଇଁ ଏହି ବିଲ୍‍ ଅଣାଯାଇଛି। କରୋନା ଯୋଗୁଁ ଚାହିଦା ଓ ଯୋଗାଣ ଶୃଙ୍ଖଳ ମଧ୍ୟରେ ଅସନ୍ତୁଳନତା ସୃଷ୍ଟି ହୋଇଥିଲା। ଏହି ଆଇନ କୃଷକମାନଙ୍କୁ ସେମାନଙ୍କର ଉତ୍ପାଦିତ ପଦାର୍ଥ ବିକ୍ରୟ କରିବାର ସ୍ୱାଧୀନତା ପ୍ରଦାନ କରିବ ଓ ଚାହିଦା ଏବଂ ଯୋଗାଣ ଶୃଙ୍ଖଳ ମଧ୍ୟରେ ସନ୍ତୁଳନତା ଆଣିବ।

- Advertisement -

ସେ କହିଛନ୍ତି, ଖାଦ୍ୟଶସ୍ୟ ଉତ୍ପାଦନ ଓ ସେଗୁଡ଼ିକର ମହଜୁଦ ପାଇଁ ଗୋଦାମ ନିର୍ମାଣ ଦିଗରେ ସହାୟତା ଦେବାକୁ ଏହି ବିଲରେ ବ୍ୟବସ୍ଥା ରହିଛି। ବିତର୍କରେ ଅଂଶଗ୍ରହଣ କରି ବିଜେଡ଼ିର ଅମର ପଟ୍ଟନାୟକ କହିଛନ୍ତି, ଏହି ଆଇନରେ ଅନେକ ଭଲ ନିୟମ ରହିଛି, ଯାହା କୃଷିକ୍ଷେତ୍ରକୁ ସହାୟତା କରିବ। ଜେଡିୟୁ’ର ଆର୍‍.ସି.ପି. ସିଂ କହିଛନ୍ତି ଯେ ଏହି ଆଇନ ଦ୍ୱାରା ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରିବ ଓ ଦେଶରେ ସେଗୁଡ଼ିକର ମହଜୁତ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇ ପାରିବ। ଟିଡିପିର କେ.ରବିନ୍ଦ୍ର କୁମାର ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକ ଉପରେ ସରକାର ସାବଧାନତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଟିଏମସି(ଏମ୍‍)ର ଜି.କେ. ଭାସନ କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ପରିବହନ ଉପରେ କଟକଣା ସେହିସବୁ ପଦାର୍ଥର କଳାବଜାରକୁ ପ୍ରଶ୍ରୟ ଦେବ। ବିଜେପିର ଗୋପାଳ ନାରାୟଣ ସିଂ କହିଛନ୍ତି, ସରକାର କୃଷକମାନଙ୍କ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories