www.samajalive.in
Tuesday, December 9, 2025
23.1 C
Bhubaneswar

ସାହିତ୍ୟିକ ଇଂ. ସଞ୍ଜୟ କୁମାର ପଣ୍ଡା ଓଡିଶା ସାହିତ୍ୟ ଏକାଡେମୀର ଅର୍ଥ ସମିତିର ସଦସ୍ୟ

ବୌଦ୍ଧ : ଓଡିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ବୈଠକ ଭୁବନେଶ୍ୱର ସ୍ଥିତ ଭଞ୍ଜ କଳାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏକାଡେମୀ ସଦସ୍ୟ ଭାବରେ ବୌଦ୍ଧ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଇଂ ସଞ୍ଜୟ କୁମାର ପଣ୍ଡା ସର୍ବାଧିକ ସଂଖ୍ୟକ ଭୋଟପାଇ ଏକାଡେମୀର ଅର୍ଥ ସମିତିକୁ ନିର୍ବାଚିତ ହୋଇଛନ୍ତି। ଶ୍ରୀ ପଣ୍ଡା ବର୍ତମାନ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ବୌଦ୍ଧ ଜିଲ୍ଲାର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଷୟରେ ଗବେଷଣା କାର୍ଯ୍ୟ କରୁଛନ୍ତି। ତାଙ୍କ ଦ୍ୱାରା ରଚିତ ପୁସ୍ତକ ଭାବନାର ଅନ୍ତରାଳେ, ଭାବ ମଲ୍ଲିକା, ଭାବ ନିର୍ମାଲ୍ୟ, ମଞ୍ଜୁଳା ଏକ ଭାବାର୍ଣ୍ଣବ ଓ ଭାବପାଗୋଡା ପ୍ରକାଶିତ ହୋଇ ପାଠକମାନଙ୍କ ଦ୍ୱାରା ଆଦୃତ ହୋଇଛି। ଗୀତିକବିତାର ଭିଡିଓ ଉନ୍ମୋଚିତ ହୋଇ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ହୋଇଛି। ଶ୍ରୀ ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠା ଲାଭ କରିଥିବା ନିଳଚକ୍ର ସାହିତ୍ୟ ସଂସଦ ମାଧ୍ୟମରେ ଜିଲ୍ଲା ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ତ୍ରୈମାସିକ ସାହିତ୍ୟ ପତ୍ରିକା ବୌଦ୍ଧଚକ୍ର ତାଙ୍କର ସଂପାଦନାରେ ପ୍ରକାଶିତ ହେଉଅଛି। ଅର୍ଥ ସମିତିର ସଦସ୍ୟଭାବେ ମନୋନୀତ ହେବାପରେ ଜିଲ୍ଲା ଓ ରାଜ୍ୟର ସାହିତ୍ୟିକ ଓ ବୁଦ୍ଧିଜିବୀ ଶ୍ରୀ ପଣ୍ଡାଙ୍କୁ ଶୁଭେଛା ଜଣାଇଛନ୍ତି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories