www.samajalive.in
Friday, December 5, 2025
26.1 C
Bhubaneswar

ଫେରିଲା ଏହି ମାରାତ୍ମକ ମହାମାରୀ: ଯେଉଁଥିରେ ଅଧା ୟୁରୋପ ହୋଇଥିଲା ସଫା

ସମାଜ ଡିଜିଟାଲ ଡେସ୍କ: ବ୍ୟୁବୋନିକ୍‍ ମହାମାରୀ କଣ ପୁଣି ଫେରିଛି କି? ଆମେରିକା ଓରେଗନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ ୨୦୦୫ ମସିହା ପରେ ଏବେ ବ୍ୟୁବୋନିକ୍‍ ପ୍ଲେଗର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ଜଣେ ବ୍ୟକ୍ତିଙ୍କୁ ଏହି ରୋଗ ହୋଇଥିଲା। ବିଲେଇଠାରୁ ଏହି ରୋଗ ହୋଇଥିବା କୁହାଯାଉଛି। ଏହି ରୋଗ ତୁରନ୍ତ ଚିହ୍ନଟ ହେବା ପରେ ଚିକିିତ୍ସା ପାଇଁ ବ୍ୟକ୍ତିଙ୍କୁ ଆଣ୍ଟିବାୟୋଟିକ୍‍ ଦିଆଯାଇଥିଲା। ବିଲେଇର ଚିକିତ୍ସା ମଧ୍ୟ କରାଯାଇଥିଲା, ହେଲେ ସେ ବଞ୍ଚିନଥିଲା। ଏହି ମହାମାରୀ ଯୋଗୁ ୧୩୪୬ରୁ ୧୩୫୩ ମଧ୍ୟରେ ୟୁରୋପରେ ୫୦ ମିଲିୟନ ଲୋକ ମୃତ୍ୟୁବରଣ କରିଥିଲେ। ଯେଉଁ ସମୟକୁ ‘ବ୍ଲାକ୍‍ ଡେଥ୍‍’ ବୋଲି କୁହାଯାଇଥିଲା। ଦୀର୍ଘ ବର୍ଷ ପରେ ଆମେରିକାରେ ନିକଟରେ ଏହି ମାମଲା ଚିହ୍ନଟ ହେବା ପରେ ଚିନ୍ତାର କାରଣ ପାଲଟିଛି।

ବ୍ୟୁବୋନିକ୍‍ ରୋଗ କଣ : ଏହି ମହାମାରୀ ୟେରସିନିୟା ପେଷ୍ଟିସ୍‍, ଜୁନୋଟିକ୍‍ ବ୍ୟାକ୍ଟେରିଆ ଅର୍ଥାତ୍‍ ଜୀବାଣୁ ଯୋଗୁ ହୋଇଥାଏ। ଯାହା ପଶୁ ଓ ଲୋକଙ୍କ ମଧ୍ୟରେ ବ୍ୟାପିଥାଏ। ପେଷ୍ଟିସ୍‍ ସାଧାରଣତଃ ଛୋଟ ପ୍ରାଣୀ ଏବଂ ପୋକରେ ଦେଖାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ମଣିଷ ତିନୋଟି ଉପାୟରେ ସଂକ୍ରମିତ ହୋଇପାରେ। ସଂକ୍ରମିତ ବ୍ୟାକ୍ଟେରିଆ କାମୁଡିବା ଦ୍ୱାରା, ସଂକ୍ରମିତ ଶାରୀରିକ ତରଳ ପଦାର୍ଥ କିମ୍ବା ଦୂଷିତ ସାମଗ୍ରୀ ସହିତ ଅସୁରକ୍ଷିତ ସମ୍ପର୍କ (ସଂକ୍ରମିତ ମୂଷା କାମୁଡିବା ପରି) ଏବଂ ରୋଗୀର ଶ୍ୱାସକ୍ରିୟା ଦ୍ୱାରା ‘ନ୍ୟୁମୋନିକ୍‍ ପ୍ଲେଗ୍‍ରେ ପୀଡିତ।

- Advertisement -

ବ୍ୟୁବୋନିକ୍‍ ଲକ୍ଷଣ:
ଏହି ମହାମାରୀର ଲକ୍ଷଣ ଅନେକ ପ୍ରକାର ଦେଖାଯାଏ। ବ୍ୟୁବୋନିକ୍‍ ପ୍ଲେଗ୍‍ ବିଶେଷ ରୂପରେ ସେଠାରେ ସଂକ୍ରମିତ ହୋଇଥାଏ ଯେଉଁଠାରେ ଜୀବାଣୁ ପ୍ରବେଶ କରିଥାଏ। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟୀ ଏହି ରୋଗ ହେଲେ ଜ୍ୱର, ମୁଣ୍ଡବିନ୍ଧା, ଦୁର୍ବଳତା ଏବଂ ଶରୀରରେ ଯନ୍ତ୍ରଣା ଅନୁଭବ କରିବା, ପାଦର ଗଣ୍ଠି ଫୁଲିବା ଭଳି ଲକ୍ଷଣ ଦେଖାଯାଏ। ଏହା ସାଧାରଣ ସଂକ୍ରମିତ ପୋକ କାମୁଡିବା ଦ୍ୱାରା ହୋଇଥାଏ। ଯଦି ଜୀବାଣୁ ରକ୍ତ ପ୍ରବାହରେ ପ୍ରବେଶ କରନ୍ତି, ତେବେ ସେପ୍ଟିସେମିକ୍‍ ପ୍ଲେଗ ହୁଏ। ଏହାର ଚିକିତ୍ସା କରାନଗଲେ ଅତ୍ୟଧିକ ଭୟଙ୍କର ଲକ୍ଷଣ ସୃଷ୍ଟି କରେ। ଏହା ହେଲେ ପେଟ ଯନ୍ତ୍ରଣା, ଚର୍ମରେ ରକ୍ତସ୍ରାବ ହୋଇଥାଏ।

୭୦୦ ବର୍ଷ ତଳେ କଣ ହୋଇଥିଲା:
୧୯୧୮-୨୦ ମଧ୍ୟରେ ବ୍ଲାକ ଡେଥ୍‍ ଇତିହାସରେ ସବୁଠାରୁ ମରାତ୍ମକ ରୋଗ ଥିଲା। ଯେଉଁଥିରେ ୟୁରୋପର ଅଧା ଜନସଂଖ୍ୟା ଶେଷ ହୋଇଥିଲା। ବଞ୍ଚିଥିବା ଲୋକଙ୍କ ଉପରେ ସବୁଠୁ ଅଧିକ ପ୍ରଭାବ ପଡିଥିଲା । ସାତ ଶହ ବର୍ଷ ତଳେ ଯାହା ଘଟିଥିଲା ଦୁର୍ଭାଗ୍ୟବଶତଃ ଏବେ ତାହାର ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପକାଉଛି। ବ୍ଲାକ୍‍ ଡେଥ୍‍ ୟୁରୋପରେ ଏବଂ ବାହାରେ ସ୍ଥାୟୀ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ପ୍ରଭାବ ଛାଡିଥିଲା। ଲେଖକ ଜେମ୍ସ ବେଲିଚ ତାଙ୍କର ୨୦୨୨ ପୁସ୍ତକ ‘ଦି ୱାର୍ଲ୍ଡ ଦି ପ୍ଲାଗ୍‍ ମେଡ୍‍’: ବ୍ଲାକ ଡେଥ୍‍ ଏବଂ ରାଇଜ୍‍ ଅଫ୍‍ ୟୁରୋପରେ ଏସମ୍ପର୍କରେ ଉଲ୍ଲେଖ କରିଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories