www.samajalive.in
Friday, December 12, 2025
16.1 C
Bhubaneswar

ଇପିଏଫ୍‍ଓରେ ହଜାରେ କୋଟି ଜାଲିଆତି

ନୂଆଦିଲ୍ଲୀ: କମର୍ଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‍ଓ)ରେ ହିତାଧିକାରୀଙ୍କର ୧୦୦୦ କୋଟି ଟଙ୍କା ଆତ୍ମସାତ୍‍ ହୋଇଛି। ଏହି ଘଟଣାରେ ସଂଗଠନର ମୁମ୍ବଇର କାଣ୍ଡିଭଲି ଅଞ୍ଚଳରେ ଥିବା କାର୍ଯ୍ୟାଳୟ କର୍ମଚାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏହା ଜଣାପଡ଼ିବା ପରେ ଇପିଏଫ୍‍ଓ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଅଭିଯୋଗରେ କୁହାଯାଇଛି ଯେ ଉକ୍ତ କାର୍ଯ୍ୟାଳୟର କିଛି କର୍ମଚାରୀ ଇପିଏଫ୍‍ ହିତାଧିକାରୀଙ୍କ ନାମରେ ଜାଲ୍‍ ଆକାଉଣ୍ଟ ଖୋଲି ସେଥିରେ ଜମା ହେଉଥିବା ଅର୍ଥକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ ଅଥବା ଅଚଳ ହୋଇଥିବା କମ୍ପାନୀଗୁଡିକ କ୍ଷେତ୍ରରେ ଦାବି ସମାଧାନ ଆକାରରେ ତାହା ପ୍ରଦାନ କରିଥିଲେ। ଠକେଇର ଶିକାର ହୋଇଥିବା ହିତାଧିକାରୀଙ୍କ ମଧ୍ୟରେ ଜେଟ୍‍ ଏୟାରୱେଜ କର୍ମଚାରୀ ମଧ୍ୟ ଅନ୍ତର୍ଭୁକ୍ତ। ଇପିଏଫ୍‍ଓ କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡର ଜଣେ ସଦସ୍ୟ କହିଛନ୍ତି, ଏହି ଜାଲିଆତି କାରଣରୁ ଇପିଏଫ୍‍ଓର ପ୍ରାୟ ୧ହଜାର କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଛି। ନିୟମ ଉଲ୍ଲଂଘନ ଏବଂ ଟିକସ ଠକେଇ ଭଳି କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତାହାସହିତ ଏହାଦ୍ୱାରା ଇପିଏଫ୍‍ ହିତାଧିକାରୀଙ୍କ ଜୀବନବ୍ୟାପୀ କଷ୍ଟଅର୍ଜିତ ସଞ୍ଚୟ ପ୍ରତି ଅନ୍ୟାୟ କରାଯାଇଛି। ଏହି ଘଟଣାରେ ଇପିଏଫ୍‍ଓ ପକ୍ଷରୁ ଏକ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଛି ଏବଂ ତଦନ୍ତ ପରେ ବାସ୍ତବରେ କେତେ କ୍ଷତି ଘଟିଛି ତାହା ସ୍ପଷ୍ଟ ହେବ। ଖୁବଶୀଘ୍ର ଇପିଏଫ୍‍ଓର କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ ଯେ ୨୦୧୯ରେ ଜେଟ୍‍ ଏୟାରୱେଜ ବନ୍ଦ ହୋଇଯିବା ଫଳରେ ଏହାର ପାଇଲଟ, କ୍ରୁ ସଦସ୍ୟ ଏବଂ ଅନ୍ୟାନ୍ୟ କର୍ମଚାରୀ କର୍ମସଂସ୍ଥାନ ହରାଇଥିଲେ। ସେମାନେ ସେମାନଙ୍କର ଭବିଷ୍ୟନିଧି ଦାବି ସମାଧାନ ନିମନ୍ତେ ଯୋଗାଯୋଗ କରିବା ପରେ ସେମାନଙ୍କ ଠାରୁ ବିପୁଳ ଅର୍ଥ ଲାଞ୍ଚ ନିଆଯାଇଥିଲା। ଏପରିକି ଜେଟ୍‍ ଏୟାରୱେଜ୍‍ର ପୂର୍ବତନ ପାଇଲଟ ଓ ଅନ୍ୟକର୍ମଚାରୀଙ୍କ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଉକ୍ତ ଅର୍ଥ ଇପିଏଫ୍‍ଓର କାଣ୍ଡିଭଲି କାର୍ଯ୍ୟାଳୟର ଜଣେ ବରିଷ୍ଠ ସାମାଜିକ ସୁରକ୍ଷା ସହକାରୀଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। ଏହା ଜଣାପଡ଼ିବା ପରେ ସମ୍ପୃକ୍ତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। କେବଳ ସେତିକି ନୁହେଁ, ଜେଟ୍‍ ଏୟାରୱେଜ୍‍ର ଅନେକ କର୍ମଚାରୀଙ୍କ ନାମରେ ଜାଲ୍‍ ଆକାଉଣ୍ଟ ଖୋଲାଯାଇ ସେମାନଙ୍କ ଦ୍ୱାରା ସଂଗଠନକୁ ପ୍ରଦତ୍ତ ଅର୍ଥକୁ ସେଥିରେ ଜମା କରାଯାଉଥିଲା ଏବଂ ପରେ ତାହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ କାଣ୍ଡିଭଲି କାର୍ଯ୍ୟାଳୟର କିଛି କର୍ମଚାରୀ ସମ୍ପୃକ୍ତ ଥିବା କୁହାଯାଉଛି। ୨୦୧୯ରେ ଆରମ୍ଭ ହୋଇଥିବା ଏଭଳି ଜାଲିଆତି କୋଭିଡ-୧୯ ମହାମାରୀ ସମୟରେ ଅଧିକ ବ୍ୟାପକ ରୂପ ନେଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories