ଆଜି ଗଣେଶ ପୂଜା

ଭାରତର ପ୍ରତ୍ୟେକ ପ୍ରାନ୍ତରେ ପାଳିତ ହେଉଥିବା ଗଣେଶ ପୂଜାର ସାମାଜିକ, ସାଂସ୍କୃତିକ ମହତ୍ତ୍ବ ଅଛି। ସମାଜରେ ଜ୍ଞାନର ପ୍ରସାର, ବୃଦ୍ଧି ଦିଗରେ ଏହି ଉତ୍ସବର ଭୂମିକା ଗୁରୁତ୍ବପୂର୍ଣ୍ଣ। ପ୍ରଭୁ ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ସମସ୍ତ ବିଘ୍ନ ଓ ବିପଦର ସେ ବିନାଶକାରୀ। ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀରେ ପାଳିତ ହେଉଥିବା ଏହି ପୂଜା ଘରେ, ବିଦ୍ୟାଳୟରେ ଅ ନୁଷ୍ଠିତ ହୁଏ। ଗଣେଶ ପୂଜାରେ ରାଶି ଲଡ଼ୁ, ମୋଦକ, ନଡ଼ିଆ ପ୍ରଭୃତି ନୈବେଦ୍ୟ ସହ ପୂଜା କରାଯାଏ। ପ୍ରଭୁ ଗଣେଶ କେବଳ ବିଦ୍ୟାଦାତା ନୁହନ୍ତି, ଧର୍ମଦାତା ଓ ସିଦ୍ଧିଦାତା ଭାବରେ ମଧ୍ୟ ଅଗ୍ରପୂଜ୍ୟ ଆସନ ଗ୍ରହଣ କରନ୍ତି।

Comments are closed.