www.samajalive.in
Tuesday, December 9, 2025
15.1 C
Bhubaneswar

ସୋଭିଏତ ସଂଘର ପୂର୍ବତନ ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚେଭଙ୍କ ପରଲୋକ

ନୂଆଦିଲ୍ଲୀ: ସୋଭିଏତ ସଂଘର ପୂର୍ବତନ ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚେଭଙ୍କ ପରଲୋକ ହୋଇଛି । ଗତକାଲି (ମଙ୍ଗଳବାର) ତାଙ୍କର ଦେହାନ୍ତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା କାରଣରୁ ମିଖାଇଲଙ୍କ ପରଲୋକ ହୋଇଥିବା କୁହାଯାଇଛି । ଏହା ବ୍ୟତିତ ତାଙ୍କ ସମ୍ପର୍କରେ ଅନ୍ୟ କୌଣସି ସୂଚନା ଦିଆଯାଇନାହିଁ । ୯୧ ବର୍ଷ ବୟସରେ ମିଖାଇଲ ଗୋର୍ବାଚେଉଙ୍କ ପରଲୋକ ହୋଇଥିବା କୁହାଯାଇଛି । ସୋଭିଏତ ସଂଘର ବିଭାଜନ ପରେ ଗୋର୍ବାଚେଉ ଇସ୍ତଫା ଦେଇଥିଲେ ।

ଶୀତଳ ଯୁଦ୍ଧ ସମାପ୍ତ କରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଗୋର୍ବାଚେଭ । ୧୯୯୦ରୁ ୯୧ ମସିହା ପର୍ଯ୍ୟନ୍ତ ସୋଭିଏତ ସଂଘର ରାଷ୍ଟ୍ରପତି ଥିଲେ ମିଖାଇଲ୍ ଗୋର୍ବାଚେଭ । ସବୁଠାରୁ ବଡ଼ କଥା ହେଉଛି ସେ ୧୯୯୦ ମସିହାରେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଅନ୍ୟପଟେ ମିଖାଇଲ୍ ଗୋର୍ବାଚେଭ ୟୁନାଇଟେଡ୍ ୟୁନିଅନ୍ ଅଫ୍ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଲିକ୍ ବା (ୟୁଏସ୍ଏସ୍ଆର୍)ର ନେତା ମଧ୍ୟ ଥିଲେ । ଖାଲି ସେତିକି ନୁହେଁ ସେ ଜଣେ ଯୁବ ତଥା ଶକ୍ତିଶାଳୀ ସୋଭିଏତ୍ ନେତା ଥିଲେ ।

- Advertisement -

ଯିଏକି ନାଗରିକମାନଙ୍କୁ ସ୍ୱାଧୀନତା ଦେଇ ଗଣତାନ୍ତ୍ରିକ ନୀତି ଅନୁଯାୟୀ କମ୍ୟୁନିଷ୍ଟ ଶାସନକୁ ସଂସ୍କାର କରିବାକୁ ଚାହୁଁଥିଲେ । ପରେ ଯେତେବେଳେ ସୋଭିଏତ୍ ସଂଘ ଭାଙ୍ଗିଥିଲା ସେତେବେଳକୁ ରାଷ୍ଟ୍ରପତି ପଦରୁ ଗୋର୍ବାଚେଭଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ରାଷ୍ଟ୍ରପତି ନିର୍ବାଚନରେ ସେ ସପ୍ତମ ସ୍ଥାନ ହାସଲ କରିଛନ୍ତି । ଅନ୍ୟପଟେ ସେ ପୁଟିନଙ୍କ ଜଣେ ତୀବ୍ର ସମାଲୋଚକ ମଧ୍ୟ ହୋଇଥିଲେ । ୧୯୮୯ରେ, ଯେତେବେଳେ କମ୍ୟୁନିଷ୍ଟ ପୂର୍ବ ୟୁରୋପରେ ସୋଭିଏତ୍ ସଂଘ ଗଣତନ୍ତ୍ର ସମର୍ଥକ ବିରୋଧ ତୀବ୍ର ହେଲାସେତେବେଳେ ଗୋର୍ବାଚେଉ ଶାନ୍ତି ବଜାୟ ରଖିବାକୁ ପ୍ରୟାସ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories