www.samajalive.in
Sunday, December 14, 2025
18.1 C
Bhubaneswar

କମିଲା ଇପିଏଫ ସୁଧହାର

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ)ର ଜମାପୁଞ୍ଜି ଉପରେ ସୁଧହାରକୁ ୨୦୨୧-୨୨ ବିତ୍ତୀୟ ବର୍ଷ ପାଇଁ ୮.୧ ପ୍ରତିଶତକୁ ହ୍ରାସ କରାଯାଇଛି। ଇପିଏଫଓ କେନ୍ଦ୍ରୀୟ ବୋର୍ଡ ଟ୍ରଷ୍ଟିମାନଙ୍କ ବୈଠକ ଶନିବାର ଏହି ନିଷ୍ପତ୍ତି ନେଇଛି। ଗତବର୍ଷ ମାର୍ଚ୍ଚରେ ଇପିଏଫଓ ବୋର୍ଡ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧହାର ପାଇଁ ଚୂଡାନ୍ତ ସୁପାରିସ କରିଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟ ୮.୫% ସୁଧହାର ରହିଥିଲା ମାତ୍ର ଚଳିତବର୍ଷ ପାଇଁ ଏହାକୁ ୮.୧ ପ୍ରତିଶତକୁ ହ୍ରାସ କରାଯାଇଛି।

ସୁଧହାର ହ୍ରାସ ସଂପର୍କରେ କୁହାଯାଇଛି ଯେ, କୋଭିଡ୍‌ ମହାମାରୀ ସମୟରେ ଇପିଏଫ ପାଣ୍ଠିକୁ କମ୍‌ ଅର୍ଥ ଆସିଥିବାବେଳେ ଅଧିକ ପରିମାଣର ଉଠାଣ କରାଯାଇଛି। ଇପିଏଫଓ ସୂଚନା ଅନୁଯାୟୀ, ଗତ ଡିସେମ୍ବର ୩୧ ସୁଦ୍ଧା ୫୬ ଲକ୍ଷ ୭୯ ହଜାର ହିତାଧିକାରୀ ୧୪,୩୧୦.୨୧ କୋଟି ଟଙ୍କା ଅଗ୍ରୀମ (ଆଡ଼ଭାନ୍ସ) ଅର୍ଥ ଉଠାଣ କରିଛନ୍ତି। ପୂର୍ବରୁ ଇପିଏଫର ଅପେକ୍ଷାକୃତ ଅଧିକ ସୁଧକୁ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରଶ୍ନ ମଧ୍ୟ ଉଠାଯାଇଥିଲା। ଏହାକୁ ସାଧାରଣ ସୁଧହାର ବ୍ୟବସ୍ଥାକୁ ଆଣିବା ଲାଗି ୮ ପ୍ରତିଶତରେ ରଖିବାକୁ କୁହାଯାଇଥିଲା। ସାଧାରଣତଃ ସ୍ବଳ୍ପ ସଞ୍ଚୟ କ୍ଷେତ୍ରରେ ସମସ୍ତ ସୁଧହାର ସଦ୍ୟ ତୈମାସିକ ସମୟରେ ୪ରୁ ୭.୬ ପ୍ରତିଶତ ଭିତରେ ରହିଥିବାବେଳେ ଇପିଏଫ କ୍ଷେତ୍ରରେ ସୁଧହାର ଅଧିକ ରହୁଛି। ବିଶେଷକରି ସାଧାରଣ ବଜାରରେ ସୁଧହାର ହ୍ରାସ ସତ୍ତ୍ବେ ସ୍ବଳ୍ପସଞ୍ଚୟ ଜମା ସୁଧ ଉପରୋକ୍ତ ହାରରେ ସ୍ଥିର ରହିଛି। ସୂଚନାଯୋଗ୍ୟ, ୨୦୧୮-୧୯ରେ ଇପିଏଫ ସୁଧହାର ୮.୬୫ ପ୍ରତିଶତ ଥିବାବେଳେ ଗତ ଦୁଇବର୍ଷ ହେଲା ଏହା ୮.୫ ପ୍ରତିଶତ ରହିଥିଲା। ପ୍ରକାଶଥାଉକି, କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଭୟ ବ୍ୟାବସାୟିକ ଓ କର୍ମଚାରୀ ପକ୍ଷର ପ୍ରତିନିଧିଙ୍କୁ ନେଇ ଗଠିତ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ(ସିବିଟି) ଇପିଏଫ ସୁଧହାର ସଂପର୍କରେ ନିଷ୍ପତ୍ତି ନେଇ ଅର୍ଥ ମନ୍ତ୍ରଣାଳୟକୁ ସୁପାରିସ କରିଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories