www.samajalive.in
Saturday, December 13, 2025
18.1 C
Bhubaneswar

ସରପଞ୍ଚରୁ ବ୍ଲକ ଅଧ୍ୟକ୍ଷ ହେଲେ ଥବିର

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ଶନିବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି । ଉଛୁଳା ଗ୍ରାମପଞ୍ଚାୟତ ସମିତି ସଭ୍ୟ ଥବିର ବାଗ ନିର୍ଦ୍ୱନ୍ଦରେ ଜୟପାଟଣା ବ୍ଲଜ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବିଗତ ୧୫ ବର୍ଷ ତଳୁ ରାଜନୀତିରେ ପ୍ରବେଶ କରିଥିବା ଶ୍ରୀ ବାଗ ୨୦୦୭ରେ ପ୍ରଥମେ ଥର ପାଇଁ ଭଇଁରିପାଲି ପଞ୍ଚାୟତ ସରପଞ୍ଚ  ନିର୍ବାଚିତ ହୋଇଥିଲେ ।୨୦୧୨ରେ ତାଙ୍କର ଧର୍ମପତ୍ନୀ ବାଲମତି ବାଗ  ଜୟପାଟଣା ବ୍ଲକ ଅଧ୍ୟକ୍ଷା ହୋଇଥିଲେ । ପୁଣି ଶ୍ରୀ ବାଗ ୨୦୧୭ ରେ ଭଇଁରିପାଲି  ସରପଞ୍ଚ  ନିର୍ବାଚିତ ହୋଇ ୨୦୨୨ ପର୍ଯ୍ୟନ୍ତ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ତେବେ ଚଳିତ ନିର୍ବାଚନରେ ସେ ଉଛୁଲା ପଞ୍ଚାୟତରୁ ନିର୍ଦ୍ୱନ୍ଦ୍ବରେ ସମିତି ସଭ୍ୟ  ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ମନୋନୟନ ପତ୍ର ଦାଖଲ କରିଥିଲେ।ତାଙ୍କ ବିପକ୍ଷରେ କେହି ପ୍ରତିଦ୍ବନ୍ଦି ବାହାରି ନଥିବା ବେଳେ ସେ  ନିର୍ଦ୍ୱନ୍ଦ୍ବରେ ବ୍ଲକ ଅଧ୍ୟକ୍ଷ  ନିର୍ବାଚିତ ହୋଇଛନ୍ତି । ଦାୟିତ୍ୱ ଗ୍ରହଣ କଲା ପରେ ସେ ଜନସାଧାରଣଙ୍କ ମୌଳିକ ସୁବିଧା ସହ  ସାରା ରାଜ୍ୟରେ ଜୟପାଟଣା ବ୍ଲକକୁ ଏକ ଦୁର୍ନୀତି ମୁକ୍ତ ଏବଂ ଆଦର୍ଶ ବ୍ଲକରେ ଗଢିତୋଳିବା ମୋର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ।

 

- Advertisement -

 

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories