www.samajalive.in
Saturday, December 6, 2025
15.1 C
Bhubaneswar

ନିଜେ ଡାକିଲେ ନିଜ ମରଣ ; ସିଂହ ସହ ସେଲଫି,ଚାଲିଗଲା ଜୀବନ..

ହାଇଦ୍ରାବାଦ : ସେଲଫି ପାଇଁ ଅନେକ ସମୟରେ ମୂଲ୍ୟବାନ୍‌‌ ଜୀବନ ଚାଲିଯାଉଥିବା ଦେଖାଯାଏ। ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି.ଯେଉଁଥିରେ ସେଲଫି ପାଇଁ ଜଣେ ବ୍ୟକ୍ତି ନିଜ ମରଣକୁ ନିଜେ ଆମନ୍ତ୍ରିତ କରିଛନ୍ତି। ସିଂହ ସହ ସେଲଫି ନେବା ମହଙ୍ଗା ପଡିଥିବା ବେଳେ ଅକାରଣରେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ଘଟଣାଟି ଆନ୍ଧ୍ରପ୍ରଦେଶର ତିରୁପତି ଚିଡିଆଖାନାରେ ଗୁରୁବାର ଏହି ଘଟଣା ଘଟିଛି ବୋଲି ଜଣାପଡିଛି।
ତିରୁପତି ଚିଡିଆଖାନାରେ ସିଂହ ସହ ସେଲଫି ନେବାକୁ ଚେଷ୍ଟା କରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଖୁଆଡରେ ଥିବା ଗୋଟିଏ ସିଂହ ତାଙ୍କୁ ଖିନଭିନ୍‌‌ କରି ମାରି ଦେଇଛି। ଚିଡିଆଖାନାର ଅଧିକାରୀ କହିଛନ୍ତି, ଉକ୍ତ ବ୍ୟକ୍ତି ଜଣକ ରାଜସ୍ଥାନର ଅଲବର ୩୮ ବର୍ଷୀୟ ପ୍ରହଲାଦ ଗୁଜ୍ଜର ବୋଲି ଜଣାପଡିଛି। ଖୁଆଡ ମଧ୍ୟରେ ପ୍ରବେଶ କରି ବ୍ୟକ୍ତି ଜଣକ ସିଂହ ସହ ସେଲଫି ନେବାକୁ ପ୍ରୟାସ କରୁଥିଲେ। ସେ ଯେଉଁ ସ୍ଥାନକୁ ପ୍ରବେଶ କରିଥିଲେ, ସେଠାରେ ସର୍ବସାଧାରଣଙ୍କୁ ଯିବା ପାଇଁ ଅନୁମତି ନଥିଲା।
ସେଠାରେ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ବ୍ୟକ୍ତି ତାଙ୍କୁ ପଛକୁ ଫେରି ଆସିବା ପାଇଁ ମଧ୍ୟ ଚେତାବନୀ ଦେଇଥିଲେ। ମାତ୍ର ସେ ଅଣଦେଖା କରି ୨୫ ଫୁଟ୍‌‌ରୁ ଅଧିକ ଉଚ୍ଚ ବାଡ ଉପରକୁ ଚଢି ଭିତରକୁ ଡେଇଁ ପଡିଥିଲେ। କେହି କିଛି କରିବା ପୂର୍ବରୁ ସିଂହ ବ୍ୟକ୍ତି ଜଣଙ୍କୁ ଖିନଭିନ୍‌‌ କରି ମାରି ଦେଇଥିଲା। ପୁଲିସ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି, ବ୍ୟକ୍ତି ଜଣକ ନିଶା ସେବନ କରିଥିଲେ। ସେ ଏକାକୀ ଚିଡିଆଖାନା ଆସିଥିଲେ, ତାଙ୍କ ପରିବାର ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ସିଂହକୁ ପିଞ୍ଜରାରେ ଭର୍ତ୍ତି କରି ରଖାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories