www.samajalive.in
Friday, December 5, 2025
26.1 C
Bhubaneswar

ରନ୍ଧା ମଦ ଜବତ କଲା ଅବକାରୀ ବିଭାଗ ; ଜଣେ ଗିରଫ

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅଞ୍ଚଳରେ ମଦ ମାଫିଆ ସକ୍ରିୟ ହୋଇଥିବା ପରିଲକ୍ଷିତ ହୋଇଛି। ଟିଟିଲାଗଡ଼ ଅବକାରୀ ବିଭାଗ ଏନେଇ ସତର୍କ ଦୃଷ୍ଟି ରଖିଥିବା ବେଳେ ଶୁକ୍ରବାର ବଡ଼ ସଫଳତା ମିଳିଛି। ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦିଗସିରା ଗ୍ରାମରେ ଅବକାରୀ ବିଭାଗ ଅଧିକାରୀ ଚଢ଼ାଉ ବେଳେ ଗ୍ରାମର ମୋହନ ପାୟାସିଂଙ୍କ ଘରେ ଗଛିତ ଥିବା ବେଆଇନ ୮୫ ଲିଟର ହାତ ରନ୍ଧା ମଦ ଜବତ କରିଛି। ଅଭିଯୁକ୍ତ ପାୟସିଂକୁ ଗିରଫ କରାଯାଇଛି। ଚଢ଼ାଉରେ ଅବକାରୀ ଅଧିକାରୀ ଆଶିଷ ବେହେରା, ଏଏସଆଇ ସତ୍ୟବ୍ରତ ପ୍ରଧାନ, ବୁକୁ ସେଠୀ, କୁମୁଦିନୀ ମଲ୍ଲିକ, ଗଗନ ବିହାରୀ ମିଶ୍ର ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories