www.samajalive.in
Monday, December 15, 2025
15.1 C
Bhubaneswar

ଝାରସୁଗୁଡା ଜିଲାରେ ହେବ ଉଦ୍ୟୋଗ ଓଡିଶା-୨୦୨୩, ମହିଳା ଉଦ୍ୟୋଗୀଙ୍କୁ ନୂତନ ସୁଯୋଗ ପ୍ରଦାନ

ଭୁବନେଶ୍ବର: ମହିଳା ସ୍ବୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗୀ (ଏସଏଚଜି ରୁ ଏସଏମଇ) ଅଭିଯାନକୁ ପ୍ରତିଫଳିତ କରିବାରେ ଏବଂ ପଶ୍ଚିମ ଓଡିଶାର କ୍ଷୁଦ୍ର ଓ ମଧ୍ୟମ ଯୁବ ଉଦ୍ୟୋଗୀଙ୍କୁ ଏକ ମୁକ୍ତ ତଥା ବଡ ସୁଯୋଗ ପ୍ରଦାନ କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଆଗକୁ ଆସିଛି । କୃଷି, ଗୋପାଳନ, ପଶୁ ପାଳନ, ଫୁଲ ଚାଷ ଭଳି ବାଣିଜ୍ୟିକ ଉଦ୍ୟୋଗଗୁଡିକୁ ପ୍ରୋତ୍ସାହନ ଦେବା ପାଇଁ ତଥା ଦେଶ ବିଦେଶର ସଫଳ ଉଦ୍ୟୋଗୀଙ୍କୁ ପଶ୍ଚିମ ଓଡିଶା ସହ ଯୋଡିବା ପାଇଁ ଆୟୋଜିତ ହେବ ଉଦ୍ୟୋଗ ଓଡିଶା-୨୦୨୩ । ଆସନ୍ତା ମାସ ଡିସେମ୍ବର ୧୫ ରୁ ୧୭ ତାରିଖ ଯାଏଁ ପଶ୍ଚିମ ଓଡିଶାର ଝାରସୁଗୁଡା ଜିଲାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଏହି ଜାତୀୟସ୍ତରୀୟ ଉଦ୍ୟୋଗ ସମ୍ମିଳନୀ । ଏନେଇ ଆଜି ଖାରବେଳ ଭବନର ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଯୋଗ ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି, ମିଶନ ଶକ୍ତିର ମା ମାନେ ବର୍ତ୍ତମାନ ଆମ ରାଜ୍ୟର ସଫଳ ଉଦ୍ୟୋଗୀ ଭାବେ ଉଭା ହୋଇଛନ୍ତି। ସେମାନଙ୍କୁ ଏକ ବଡ ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ ଉଦ୍ୟୋଗ ଓଡିଶା-୨୦୨୩। ନୂତନ ଜ୍ଞାନକୌଶଳର ବ୍ୟବହାରକୁ ବୁଝିବା ସହ ବାହାର ରାଜ୍ୟରୁ ଆସିଥିବା ଉଦ୍ୟୋଗୀ ମାନଙ୍କ ସହ ପରିଚିତ ହେବେ ଯୁବ ଉଦ୍ୟୋଗୀ। ପ୍ରଥମ ଥର ପଶ୍ଚିମ ଓଡିଶାରେ ତିନି ଦିବସୀୟ ଉଦ୍ୟୋଗ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏଥିରେ ସାମିଲ ହୋଇ ଏହାକୁ ପୂର୍ଣ୍ଣମାତ୍ରାରେ ସଫଳ କରିବା ପାଇଁ ସେ ମତ ପ୍ରକାଶ କରିଛନ୍ତି।

- Advertisement -

ତିନି ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀର ଆୟୋଜନ କରିବ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ)। ଷ୍ଟାର୍ଟଅପ୍ ଓଡିଶା,ଓଡିଶା ଦକ୍ଷତା ବିକାଶ, ମିଶନ ଶକ୍ତି, କୃଷି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗକୁ ସମ୍ମିଳନୀରେ ସାମିଲ କରାଯିବ। ଏଥିରେ ଅନେକ ଶିଳ୍ପାନୁଷ୍ଠାନ ଯୋଗ ଦେବା ସହ ବିଭିନ୍ନ ସଂଗଠନ ମଧ୍ୟ ଯୋଗ ଦେବେ। ପ୍ରଦର୍ଶନୀର ଆୟୋଜନ କରାଯିବା ସହ କର୍ମଶାଳା ଓ ବିଭିନ୍ନ ପ୍ରକାର ଆଲୋଚନା ପାଇଁ ସ୍ବତନ୍ତ୍ର ହଲ୍ ର ବ୍ୟବସ୍ଥା କରାଯିବ। ଜନସାଧାରଣ ଏହି ପ୍ରଦର୍ଶନୀ ଦେଖିବା ସହ ବିଭିନ୍ନ ଶିଳ୍ପାନୁଷ୍ଠାନ ସମ୍ପର୍କରେ ଅବଗତ ହେବେ।

ଆଜିର ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଓ ଇପିକଲର ପ୍ରବନ୍ଧ ନିର୍ଦେଶକ ବି.ଏସ୍ ପୁନିଆ ଉପସ୍ଥିତ ଥିବା ବେଳେ ସିଆଇଆଇର ଅନ୍ୟାନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories