www.samajalive.in
Wednesday, December 10, 2025
16.1 C
Bhubaneswar

୧୧ବର୍ଷ ପରେ; ବିନା ଶତକରେ ବର୍ଷ ଶେଷକଲେ ବିରାଟ

କାନବେରା: ଚଳିତବର୍ଷ ଭାରତୀୟ କ୍ରିକେଟ ଦଳ ଶେଷ ଏକଦିବସୀୟ ମ୍ୟାଚ ବୁଧବାର କାନବେରାରେ ଅଷ୍ଟ୍ରେଲିଆ ସହ ଖେଳିଥିଲା। ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ୩ୟ ତଥା ଅନ୍ତିମ ମ୍ୟାଚରେ ୬୩ ରନ କରି ଜୋସ୍‌ ହାଜେଲଉଡ୍‌ଙ୍କ ଶିକାର ହୋଇଥିଲେ। କୋହଲି ସିରିଜ୍‌ରେ କ୍ରମାଗତ ୩ୟ ଥର ପାଇଁ ହାଜେଲଉଡ୍‌ଙ୍କ ଶିକାର ହୋଇଥିଲେ। ଅନ୍ତର୍ଜାତୀୟ ଦିନିକିଆ ପଦାର୍ପଣ ବର୍ଷ ପରେ ପ୍ରଥମ ଥର ପାଇଁ କୋହଲି ବିନା ଶତକ ମାରି ବର୍ଷ ଶେଷ କରିଛନ୍ତି। ବର୍ଷର ଶେଷ ମ୍ୟାଚରେ କୋହଲି ଅର୍ଦ୍ଧଶତକ ଅର୍ଜନ କରିଥିଲେ ହେଁ ଶତକରୁ ବଞ୍ଚିତ ହୋଇଥିଲେ। କୋହଲି ୨୦୦୮ରେ ଦିନିକିଆ ପଦାର୍ପଣ କରିଥିଲେ। ଉକ୍ତ ବର୍ଷ କୋହଲି ଶତକ ଅର୍ଜନ କରିବାରେ ବିଫଳ ହୋଇଥିଲେ। ୨୦୦୯ରୁ କୋହଲିଙ୍କ ବ୍ୟାଟ୍‌ରୁ ପ୍ରତିବର୍ଷ ଶତକ ବାହାରିଛି। ସେଥିମଧ୍ୟରୁ ୨୦୧୭ ଓ ୨୦୧୮ ବର୍ଷରେ ୬ଟି ଲେଖାଏଁ ଓ ୨୦୧୯ରେ ୫ଟି ଶତକ ଅର୍ଜନ କରିଥିଲେ। ଚଳିତ ୨୦୨୦ ବର୍ଷରେ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ସିଜିନ୍ ଆରମ୍ଭ କରିଥିଲେ। ପରେ ନ୍ୟୁଜିଲାଣ୍ଡ ଗସ୍ତ କରିଥିବାବେଳେ କରୋନା ମହାମାରୀ ପାଇଁ କ୍ରିକେଟ ଅଟକି ଯାଇଥିଲା। ପୁନର୍ବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଭାରତ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛି। କୋହଲି ଚଳିତ ବର୍ଷ ୯ଟି ଏକଦିବସୀୟ ମ୍ୟାଚ ଖେଳିବାରେ ସକ୍ଷମ ହୋଇଛନ୍ତି। ସେଥିମଧ୍ୟରୁ ୮୯ ସର୍ବାଧିକ ସ୍କୋର ରହିଛି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories