www.samajalive.in
Tuesday, December 9, 2025
16.1 C
Bhubaneswar

ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ ଦୁଇ ସହଯୋଗୀ ନିହତ

ଲକ୍ଷ୍ନୌ: ପୁଲିସ ଏନକାଉଣ୍ଟରରେ ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଦୁଇ ସହଯୋଗୀ ପ୍ରଭାତ ମିଶ୍ରା ଓ ରଣବୀର ନିହତ ହୋଇଛନ୍ତି। ଗତକାଲି ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଅଭିଯୁକ୍ତମାନେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏନକାଉଣ୍ଟରରେ ଆହତ ହୋଇଥିଲେ ।

ଅଭିଯୁକ୍ତ କାନପୁରରେ ପ୍ରଭାତ ଓ ଇଟାଓ୍ୱାରେ ରଣବୀରକୁ ଏନକାଉଣ୍ଟର କରାଯାଇଥିଲା । ପରେ ଏମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଫରିଦାବାଦରେ ଏକ ହୋଟେଲରେ ଚଢାଉ ବେଳେ ପୁଲିସ ପ୍ରଭାତକୁ ଧରିଥିଲା। ଅପରାଧୀମାନଙ୍କଠାରୁ ଗୋଳିଗୁଳା ମଧ୍ୟ ଜବତ କରାଯାଇଛି । ଉଭୟଙ୍କୁ କାନପୁରରେ ଏନକାଉଣ୍ଟର କରାଯାଇଛି ।

- Advertisement -

ଅନ୍ୟପଟେ ଡନ୍ ବିକାଶ ଦୁବେକୁ ୟୁପି ପୋଲିସ ଧରିବାକୁ  ଜୋରଦାର ଧରପଗଡ ଚଳାଇଛି। ବିକାଶ ଦୁବେକୁ ଧରିବା ପାଇଁ ହରିୟାଣା ଓ ଦିଲ୍ଲୀ ଏନଆରସି ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି । ବିକାଶ ନାଁରେ ଥିବା ପୁରସ୍କାର ରାଶିକୁ ମଧ୍ୟ ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories