ବାଉଁଶୁଣିରେ କ୍ଷୁଦ୍ର ନିଯୁକ୍ତି ମେଳା, ଯୋଗଦେଲେ ୨୦୦ରୁ ଅଧିକ ଆଶାୟୀ
ବୌଦ୍ଧ : ବୌଦ୍ଧ ବ୍ଲକ ବାଉଁଶୁଣି ସ୍ଥିତ ୱଓଇସିଡିଏ ମୁଖ୍ୟ କାର୍ୟ୍ୟାଳୟ ପରିସରରେ ଜିଲା ଜନ ଶିକ୍ଷଣ ସଂସ୍ଥାନ ବୌଦ୍ଧ, ୱଓଇସିଡିଏ ଓ ଜିଲା ନିୟୋଜନ ଅଫିସ ବୌଦ୍ଧଙ୍କ ମିଳିତ ଆନୁକୂଲ୍ୟରେ ଏକ କ୍ଷୁଦ୍ର ନିଯୁକ୍ତି ମେଳା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୌଦ୍ଧ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରୁ ୨୦୦ ଶହରୁ ଅଧିକ ଯୁବକ ଯୁବତୀ ମାନେ ଯୋଗ ଦେଇ ଆତ୍ମନିଯୁକ୍ତି ତଥା ବ୍ୟକ୍ତିଗତ ନିୟୋଜନ ଉପରେ ସଚେତନତା ହୋଇଥିଲେ ଓ ଉକ୍ତ ନିଯୁକ୍ତି ମେଳାରେ ୭ ଗୋଟି କମ୍ପାନୀ/ଟ୍ରେଡର୍ସ ଉପସ୍ଥିତ ରହି ନିଯୁକ୍ତି ମେଳାରେ ଯୋଗ ଦେଇଥିବା ଯୁବକ ଯୁବତୀ ମାନଙ୍କୁ ବ୍ୟକ୍ତିଗତ ନିୟୋଜନ ପାଇଁ ଉତ୍ସାହିତ କରିବା ସହିତ ଉକ୍ତ କମ୍ପାନୀରେ ନିଯୁକ୍ତି ମୂଳକ ସୁବିଧା ସୁଯୋଗ ଉପରେ ସମସ୍ତଙ୍କୁ ବୁଝାଇଥିଲେ ଏବଂ ସେମାନଙ୍କୁ ସେହି କମ୍ପାନୀ ଗୁଡିକରେ ନିଯୁକ୍ତି ହେବା ନିମନ୍ତେ ପରାମର୍ଶ ଦେଇଥିଲେ ଓ ନିମ୍ନଲିଖିତ କମ୍ପାନୀ ଗୁଡିକ ହେଲେ ଯଥା – ଏଲ ଏନ ଟି ଫାଇନାନସ, ସାହି ଟେକ୍ସଟଓଇଲସ, ଅସ୍ମିତା ହଲିଡେସ, ଡିଭାଇନ ନରସିଙ୍ଗ, ଭାରତ ଏଫ ଏ ସ, କ୍ୟୁଭଓନ୍ ସ୍କିଲ ଓ ୱାଜିୟଓ ସ୍କିଲ ଉକ୍ତ କମ୍ପାନୀ ମାନେ ଉପସ୍ଥିତ ରହି ଯୁବକ ଯୁବତୀ ମାନଙ୍କ ନାମକୁ ନିଜ କମ୍ପାନୀ ମାନଙ୍କରେ କର୍ମରତ ପାଇଁ ପଞ୍ଜିକରଣ କରାଇଥିଲେ ଓ ଏହା ମଧ୍ୟ ସେମାଙ୍କର ଦୃଷ୍ଟି ଗୋଚର କରାଯାଇଥିଲା କି ଗ୍ରାମଓଞ୍ଚଳ ରେ ଅନେକ ଯୁବକ ଯୁବତୀ ମାନେ ଅଧୟନ ସମାପ୍ତ କରି କର୍ମ ନିଯୁକ୍ତି ପାଇଁ ଅପେକ୍ଷାରତ ଅଛନ୍ତି ଏହି ଭଳି ନିଯୁକ୍ତି ମେଳାର ସୁଯୋଗ ସୃଷ୍ଟି କରାଗଲେ ଅନେକ ଯୁବ ବର୍ଗ ସଫଳତଓ ହାସଲ କରିପାରିବେ ଓ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ନିୟୋଜନ ଅଫିସର ପ୍ରବନ୍ଧକ ଶୁଶାନ୍ତ ନାୟକ, ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ଅରୁଣ ପ୍ରଧାନ, ଯୋଗ ଦେଇ ଉଦବୋଧନରେ କହିଥିଲେ ଯେ “ଆଜିର ଯୁବ ସମାଜ ମାନଙ୍କୁ ଆତ୍ମ ନିଯୁକ୍ତି ବା କର୍ମ ନିଯୁକ୍ତି ପାଇଁ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ନିଶ୍ଚିତ ପକ୍ଷେ ତାଲିମ ନେବାର ଆବଶ୍ୟକ ଅଛି ଯାହାକି ଆଜିର ଯୁବ ବର୍ଗ ଚାକିରୀ କରିବା ପାଇଁ ଯେଉଁ ସମସ୍ୟା ଗୁଡିକର ସମ୍ମୁଖୀନ ହେବାକୁ ପଡୁଛି ତାହା ଭବିଷ୍ୟତରେ ରୋଜଗାର କରିବାରେ ବାଧା ସୃଷ୍ଟି କରିବ ନାହିଁ “ ଏହି କାର୍ୟ୍ୟକ୍ରମଟିକୁ ଜନ ଶିକ୍ଷଣ ସଂସ୍ଥାନ କର୍ମକର୍ତା ମାନେ ପରିଚାଳନା କରିଥିଲେ।
Comments are closed.