ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ୧୦ ବର୍ଷ ମଧ୍ୟରେ ମହିଳା ସଶକ୍ତୀକରଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ପିଏମ ଆବାସ ଯୋଜନାରେ ୭୦ପ୍ରତିଶତ ଘର ମହିଳାଙ୍କୁ ଦିଆଯାଇଥିଲା । ମହିଳା ଉଦ୍ୟୋଗୀଙ୍କୁ ୩୦ କୋଟି ମୁଦ୍ରା ଯୋଜନା ଋଣ ପ୍ରଦାନ କରାଯାଇଥିଲା। କୋଭିଡ ଭଳି ଚ୍ୟାଲେଞ୍ଜିଂ ସମୟରେ ଭାରତ ଜି-୨୦ର ନେତୃତ୍ବ ନେଇଥିଲା। ଅନେକ ଦେଶ କୋଭିଡ୍ ବେଳେ ପ୍ରଭାବିତ ହୋଇଥିଲା । ହେଲେ ଭାରତ ଏହାକୁ ସଫଳତାର ସହ ମୁକାବିଲା କରିଛି। ଭାରତ-ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଏକ ବୈପ୍ଳବିକ ପଦକ୍ଷେପ, ଏହି କରିଡର ବିଶ୍ୱ ବାଣିଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଆଧାରରେ ପରିଣତ ହେବ। ଆମ ସରକାର ଏମଏସଏମଇ ଉପରେ ଧ୍ୟାନ ଦେଉଛନ୍ତି। ପଞ୍ଚମୃତ ଲକ୍ଷ୍ୟ ଅନୁଯାୟୀ ଆମେ ଅର୍ଥନୀତିର ବିକାଶ ଉପରେ ଗୁରୁତ୍ୱ ଦେବୁ। ପୁଞ୍ଜିନିବେଶ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଆର୍ଥିକ କ୍ଷେତ୍ରକୁ ପ୍ରସ୍ତୁତ କରିବୁ।
Popular Categories



