www.samajalive.in
Saturday, December 6, 2025
17.1 C
Bhubaneswar

‘୨୦୨୬ ସୁଦ୍ଧା ମନୁଷ୍ୟଠୁ ଅଧିକ ବୁଦ୍ଧିମାନ ହୋଇଯିବ କୃତ୍ରିମ ବୁଦ୍ଧିମତା’

ନୂଆଦିଲ୍ଲୀ : ଟେସଲାର ସିଇଓ ଏଲନ ମସ୍କଙ୍କ କହିବାନୁସାରେ କୃତ୍ରିମ ବୁଦ୍ଧିମତା(ଏଆଇ) ୨୦୨୬ ସୁଦ୍ଧା ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିଠୁ ମଧ୍ୟ ଅଧିକ ବୁଦ୍ଧିମାନ ହୋଇଯାଇଥିବ । ଏକ ସାକ୍ଷାତକାରରେ ଏଲନ ମସ୍କ ଏମିତି ସୂଚନା ଦେଇଛନ୍ତି ।

ଏକ ସାକ୍ଷାତକାରରେ ଏଲନ ମସ୍କ କହିଛନ୍ତି କି କୃତ୍ରିମ ବୁଦ୍ଧିମତା ଆଗାମୀ ବର୍ଷ କିମ୍ବା ୨୦୨୬ ଶେଷ ସୁଦ୍ଧା ବିଶ୍ବର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିଠୁ ମଧ୍ୟ ଅଧିକ ବୁଦ୍ଧିମାନ ହୋଇଯାଇଥିବ । ସେ ନିଜ କୃତ୍ରିମ ବୁଦ୍ଧିମତା ଷ୍ଟାର୍ଟଅପ୍ ଏକ୍ସଏଆଇ ଜରିଆରେ ଚାଟବୋଟ ଗ୍ରୋକକୁ ପ୍ରଶିକ୍ଷିତ କରିବାରେ ଆସୁଥିବା ଚାଲେଞ୍ଜ ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ମସ୍କ କହିଛନ୍ତି କି ଆଡଭାନ୍ସ ଚିପର ଅଭାବ ଯୋଗୁଁ ଗ୍ରୋକର ଭର୍ସନ-୨ ମଡେଲର ଟ୍ରେନିଂରେ ସମସ୍ୟାର ସାମ୍ନା କରିବାକୁ ପଡିଛି । କହିରଖୁଛୁ ଏଆଇକୁ ନେଇ ପୂର୍ବରୁ ମଧ୍ୟ ମସ୍କ ଅନେକ ଥର ଚେତାବନୀ ଦେଇଥିଲେ କି ଏହା ଦିନେ ନା ଦିନେ ମଣିଷଠୁ ଆଗେଇଯିବ ।

ଟାଇଟାନିକର ମେନ୍ୟୁ କାର୍ଡ ଭାଇରାଲ: ବୁଡିବା ପୂର୍ବରୁ ଯାତ୍ରୀମାନେ ଖାଇଥିଲେ ଏସବୁ ବ୍ୟଞ୍ଜନ

- Advertisement -

କହିରଖୁଛୁ ମସ୍କ ପୂର୍ବରୁ ମଧ୍ୟ ଏକ କୃତ୍ରିମ ବୁଦ୍ଧିମତା ସଂସ୍ଥା ସହିତ ଜଡିତ । ଡିସେମ୍ବର ୨୦୧୫ରେ ମସ୍କ ନିଜ ଏଆଇ ସ୍ଥାପନ କରିଥିଲେ । ଚାଟଜିପିଟିକୁ ପ୍ରସ୍ତୁତ କରିଥିବା କମ୍ପାନୀ ହେଉଛି ମସ୍କଙ୍କ ଓପନ ଏଆଇ । ତେବେ ପରେ କିଛି ସମସ୍ୟା ଯୋଗୁଁ ସେ ୨୦୧୮ରେ ଏହାକୁ ଛାଡି ଦେଇଥିଲେ । ବର୍ତ୍ତମାନ ଏଲନ ମସ୍କଙ୍କ କମ୍ପାନୀ ତାଲିକାରେ ୫ ବଡ କମ୍ପାନୀ ଯଥା ଟେସଲା ମୋଟର୍ସ, ସ୍ପେଶଏକ୍ସ, ନ୍ୟୁରାଲିଙ୍କ୍, ପ୍ଲାଟଫର୍ମ ଏକ୍ସ ଏବଂ ଦ ବୋରିଂ କମ୍ପାନୀ ସାମିଲ ।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories