www.samajalive.in
Saturday, December 6, 2025
23.1 C
Bhubaneswar

ଜଙ୍ଗଲରେ ନିଆଁ ଲଗାଇ ଧରାପଡିଲା ଦୁର୍ବୃତ୍ତ, ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବନବିଭାଗ  

ଲଡୁଗାଁ : ବାରମ୍ବାର ସଚେତନ କରିବା ସତ୍ତ୍ୱେ ଅବୁଝା ଲୋକେ ସୁଧୁରିବାର ନାଁ ନେଉନାହାନ୍ତି। ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଗ୍ରୀଷ୍ମ  ଆରମ୍ଭରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ  ପ୍ରତି ଗାଁ ଗାଁରେ ବିଭିନ୍ନ ମାଧ୍ୟମରେ  ଗ୍ରାମବାସୀଙ୍କୁ ସଚେତନ କରୁଛନ୍ତି। ଜଙ୍ଗଲରେ ଜୀବଜନ୍ତୁ ଶିକାର ଓ ପୋଡୁଚାଷ ପାଇଁ କିଛି ଖଳ ପ୍ରକୃତିର ଲୋକେ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରୁଛନ୍ତି। ଏହିଭଳି ଭାବେ ଜୀବଜନ୍ତୁ ଶିକାର ଓ ପୋଡୁଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଇଥିବା ବେଳେ ଧର୍ମଗଡ଼ ଦକ୍ଷିଣ ବନଖଣ୍ଡ ଆମପାଣି ଫରେଷ୍ଟ ସେକ୍ସନ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରୁ ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଫରେଷ୍ଟର ମନୀଷା ପଟ୍ଟନାୟକ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଧର୍ମଗଡ଼  ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ  ଆମପଣି ଫରେଷ୍ଟ ସେକ୍ସନ ସାହାଜଖୋଲ ଜଙ୍ଗଲ ଯାହାକି  ବନ୍ୟଜନ୍ତୁ  ଅଭୟାରଣ୍ୟ ଭାବେ ସଂରକ୍ଷିତ ରହିଛି, ସେହି ଜଙ୍ଗଲରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇଥିଲା। ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ  ସ୍ଵତନ୍ତ୍ର ଟିମ୍ ସହ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ନିଆଁ ଲଗାଇଥିବା ସମୟରେ ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ଜଣକ   କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ବଡ଼ ବାରଲିର ମିନୁ ଜାନିଙ୍କ ପୁଅ ରାମ ଜାନି (୪୦) ବୋଲି ଖବର ମିଳିଛି । ଦୁର୍ବୃତ୍ତ ଜଣକୁ ଗିରଫ କରି କୋକସରା ଜେଏମଏଫସି କୋର୍ଟ ରେ ହାଜର କରାଯାଇ ଏକ ମାମଲା ରୁଜୁ କରି  କୋର୍ଟ ଚାଲାଣ କରିଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories