ସୁନ୍ଦରଗଡ : ସୁନ୍ଦରଗଡ ବଣାଇରେ ଗୋଠଛଡା ଦନ୍ତା ହାତୀର ଉତ୍ପାତ ଦେଖିବାକୁ ମିଳିଛି। ଆଜି ସକାଳେ ଏକ ଦନ୍ତା ହାତୀ ସହର ମଧ୍ୟକୁ ପଶି ଆସିଛି। ଲୋକଙ୍କୁ ଆକ୍ରମଣ କରିବାକୁ ହାତୀଟି ଗୋଡାଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଭୟରେ ଲୋକେ ଘରୁ ବାହାରିବା ବି ମୁସ୍କିଲ ହୋଇପଡିଛି। ହାତୀଟି ସହରକୁ ପଶି ଆସି ବିଭିନ୍ନ କଲୋନୀରେ ବୁଲୁଥିବାର ଚିତ୍ର ସାମ୍ନାକୁ ଆସିଛି। ଆଜି ସକାଳେ ସ୍ଥାନୀୟ ଲୋକେ ସହର ଭିତରେ ହାତୀ ବୁଲୁଥିବାର ଦେଖି ଭୟଭୀତ ହୋଇପଡିଛନ୍ତି। ସେପଟେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ କାବୁ କରିବାକୁ ପ୍ରୟାସ ଜାରି ରଖିଛି।
Popular Categories



