www.samajalive.in
Monday, December 15, 2025
14.1 C
Bhubaneswar

ହାତୀ ମଡକ ପରେ ଏବେ ଘାରିଛି ହାତୀ ସୁରକ୍ଷା ଚିନ୍ତା; ଗତିବିଧି ଉପରେ ରହିବ କଡା ନଜର

ହରଭଙ୍ଗା : ହାତୀ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ୍ୱେ ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ଏକ ଚିନ୍ତାଜନକ ବିଷୟ। ଶିକାରୀ ଗୁଳିରେ ହାତୀ ଟଳିପଡୁଥିବାବେଳେ ଗତ କିଛିଦିନ ତଳେ କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ୬ରୁ ୭ଟି ହାତୀ ମଡକ ଘଟଣା ବର୍ତ୍ତମାନ ରାଜ୍ୟରେ ହାତୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ବନଖଣ୍ଡ ଅଧିକାରୀଙ୍କୁ ସତର୍କ କରାଯାଇଛି। ହାତୀଙ୍କ ଗତିବିଧି ଏବଂ ଚଳପ୍ରଚଳ ଉପରେ ତୀକ୍ଷ୍ନ ନଜର ରଖିବାକୁ କଡା ନର୍ଦ୍ଦେଶ ଦିଆଯାଇଛି।

ପ୍ରକାଶ ଯେ ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ରହିଥିବା ବୌଦ୍ଧଜିଲ୍ଲା ଅର୍ନ୍ତଗତ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ୩୦ରୁ ୪୦ଟି ହାତୀ ଥିବା ଜଣାପଡିଛି। ଏକ ହଜାର ବର୍ଗ କି.ମିରୁ ଅଧିକ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର ସୀମା ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜର ହାତୀଧରା ଏବଂ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ସୀମାକୁ ଲାଗିଛି। କର୍ଲାପାଟ ହାତୀ ମଡକ ଘଟଣା ପରେ ବର୍ତ୍ତମାନ ହାତୀଙ୍କ ସୁରକ୍ଷା ପାଇଁ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ବୌଦ୍ଧ ବନଖଣ୍ଡ ଏବଂ ନୟାଗଡ ବନଖଣ୍ଡ ଭଳି ତିନି ବନଖଣ୍ଡ ଅଧିକାରୀଙ୍କୁ ସତର୍କ ରହିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି। ତିନି ବନଖଣ୍ଡ ଅଧିକାରୀଙ୍କ ସମ୍ମନ୍ୱୟରେ ଏକ ମନିଟରିଂ ଗ୍ରୁପ କରାଯାଇଛି। ମନିଟରିଂ ଗ୍ରୁପ ମାଧ୍ୟମରେ ହାତୀର ଗତିବିଧି ଅନୁସାରେ ନିକଟସ୍ଥ ବିଭାଗୀୟ ଅଧିକାରୀଙ୍କୁ ସୂଚନା ପ୍ରଦାନ କରାଯିବା ପାଇଁ କୁହାଯାଇଛି। ଏହା ସହିତ ହାତୀପଲ୍ଲ ରହୁଥିବା ସ୍ଥାନର ଫଟୋ ମଧ୍ୟ ଉତ୍ତୋଳନ କରାଯାଇ ପ୍ରତିଦିନ ମନିଟରିଂ ରିପୋର୍ଟ ଦେବାକୁ ପ୍ରତ୍ୟେକ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦିନକୁ ଦିନ ଜଙ୍ଗଲରେ ନିଆଁ ଦାଉ ହ୍ରାସ ଯୋଗୁଁ ମହାନଦୀ ବନ୍ୟପ୍ରାଣୀ ସମେତ ଏହାର ଆଖ ପାଖ ସଂରକ୍ଷିତ ଜଙ୍ଗଲରେ ହାତୀଙ୍କ ଚଳପ୍ରଚଳ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। ହାତୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ହାତୀ କରିଡର ନିର୍ମାଣ ପ୍ରତିବର୍ଷ ବୃଦ୍ଧି ପାଉଛି। ଦୀର୍ଘ ଦୁଇ ବର୍ଷ ହେଲା ମୋବାଇଲ ଆପ୍ ରେ ଏମାନଙ୍କ ସୁରକ୍ଷା ପାଇଁ ନୂତନ ଟ୍ରାକିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ବର୍ତ୍ତମାନ କର୍ଲାପାଟ ହାତୀ ମଡକ ଘଟଣା ପରେ ହାତୀ ଚଳପ୍ରଚଳ ଉପରେ ତୀକ୍ଷ୍ନ ନଜର ରଖାଯିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରତିବର୍ଷ ବିଭାଗ ତରଫରୁ ଅଭୟାରଣ୍ୟ ମଧ୍ୟରେ ଥିବା ଗାଁ ଗୁଡିକରେ ଗାଈ,ଗୋରୁ,ମଇଁଷି ଭଳି ପଶୁ ଜନ୍ତୁ ମାନଙ୍କୁ ଗଳାଫୁଲା ଏବଂ ଫାଟୁଆ ଭଳି ଜୀବାଣୁ/ଭୂତାଣୁଜନିତ ରୋଗର ପ୍ରତିଷେଧକ ଟୀକାକରଣ କରାଯାଇଥାଏ। ମାତ୍ର ଚଳିତବର୍ଷ ଅଭୟାରଣ୍ୟ ମଧ୍ୟରେ ଥିବା ଗାଁ ଗୁଡିକରେ ଏସୁବୁ ଟୀକାକରଣ କରାଯାଇନଥିବାରୁ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ଆଶଙ୍କାକୁ ଏଡାଇ ଦିଆଯାଇନପାରେ। କର୍ଲାପାଟ ଘଟଣା ପରେ ବର୍ତ୍ତମାନ ଅଭୟାରଣ୍ୟ ମଧ୍ୟରେ ଥିବା ଗାଁ ଗୁଡିକରେ ବେକଫୁଲା (ସାହାଣା) ଟୀକାକରଣ ପାଇଁ ପଶୁଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମଧ୍ୟ ସୂଚନା ମିଳିଛି।

- Advertisement -

ସୂଚନାଯୋଗ୍ୟ, ଗତ ବର୍ଷ ଯୋଡା ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଇଲେକ୍ଟ୍ରି କରେଂଟ ସାହାଯ୍ୟରେ ଏକା ଦନ୍ତା ହାତୀ ହତ୍ୟା ଘଟଣାର କିଛି ଦିନ ନ ପୁରୁଣୁ ଗତ ୧୭ ଜୁନ ୨୦୨୦ରେ ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ଶିକାରୀ ଗୁଳିରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ସେହିପରି ଗତ ୨୦୧୮ରେ ମହାନଦୀ ଅଭୟାରଣ୍ୟ ମଧ୍ୟରେ ହାତୀମାନଙ୍କ ମଧ୍ୟରେ ଲଢେଇରେ ଗୋଟିଏ ହାତୀର ମୃତ୍ୟୁ ଘଟିଥିବା ବେଳେ ୨୦୧୭ରେ ଆଡେଣିଗଡ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ମୃତ୍ୟୂ ଘଟିଥିଲା। କର୍ଲାପାଟ ହାତୀମଡକ ପରେ ହାତୀ ସୁରକ୍ଷାକୁ ଆହୁରି କଡାକଡି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏସଂର୍ପକରେ ବୌଦ୍ଧ ଡି.ଏଫ.ଓ ଯଶୋବନ୍ତ ସେଠୀଙ୍କୁ ପଚାରିବାରୁ ସେ କହିଲେ ହାତୀ ସୁରକ୍ଷା ଦିଗରେ ବିଭାଗ ଏଲର୍ଟ ରହିଛି। ପ୍ରତିଦିନ ମନିଟରିଂ କରାଯାଉଥିବା ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories