କଣ୍ଟିଆପଡାରେ ହାତୀ ଉପଦ୍ରବ, ଏକର ଏକର ଚାଷ ଜମି ନଷ୍ଟ କଲେ

ପାଟଣା : ପାଟଣା ସଦର ବନାଞ୍ଚଳ ସୀମାରେ ଡେରା ପକାଇଥିବା ୧୭ ଟିକିଆ ହାତୀପଲ ଆଜି ସକାଳୁ ସକାଳୁ କଣ୍ଟିଆପଡା ପଞ୍ଚାୟତ ଅଞ୍ଚଳରେ ଚାଷ ଜମିରେ ପଶି ଏକର ଏକର ଜମିରେ ଧାନ ଫସଲ ଖାଇବା ସହ ମାଡି ମକଚି ନଷ୍ଟ କରିଛନ୍ତି । ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ଏହି ଚାଷ ଜମିରେ ହାତୀପଲ ପଶିଥିବା ଖବର ପାଇବା ପରେ ବନ ବିଭାଗ ପାରା କର୍ମଚାରୀମାନେ ପହଞ୍ଚି ହାତୀପଲଙ୍କୁ ପାଖ ଜଙ୍ଗଲକୁ ଘଉଡାଇ ଦେଇଛନ୍ତି । ଆଜି ଅପରାହ୍ନରେ ଏହି ହାତୀପଲ କଣ୍ଟିଆପଡା ଜଙ୍ଗଲରେ ଥିବା ଖବର ପାଇ ଲୋକେ ତଥା ଚାଷୀମାନେ ହାତୀ ଭୟରେ ଚିନ୍ତାରେ ଥିବା ଜଣାପଡିଛି ।

Comments are closed.