ଢେଙ୍କାନାଳ : ଢେଙ୍କାନାଳ ଜିଲା ଅନ୍ତର୍ଗତ ନୂଆପାଳ କଟେଣୀ, ମୁଣ୍ଡେଳିଓ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହାବୀରୋଡ ରେଞ୍ଜରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ବ୍ୟକ୍ତି ଜଣଙ୍କ ହେଲେ ସାନ୍ତାନା ମହାକୁନ୍ଦ। ସେ ଚାଷ କାମରେ ଜମିକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।



