www.samajalive.in
Saturday, December 6, 2025
15.1 C
Bhubaneswar

ଦନ୍ତାହାତୀ ଉପଦ୍ରବ ; ଲୋକେ ଭୟଭୀତ

କେଶଦୁରାପାଳ : ସାରା ରାତି ବିଭିନ୍ନ ଗାଁରେ ଉପଦ୍ରବ କଲେ ଦନ୍ତାହାତୀ, ଲୋକେ ଭୟଭୀତ। ଗାଁ ଗାଁ ବୁଲିବା ପରେ ଶେଷରେ କେନ୍ଦୁଝର ଜିଲ୍ଲା ହଦଗଦ ହସ୍ତୀ ଅଭୟାରଣ୍ୟ ମୁହାଁ ହେଲେ ୨ଟି ଗୋଠ ଛଡା ଦନ୍ତାହାତୀ। ଯାଜପୁର ଜିଲ୍ଲା ଟମକା ଜଙ୍ଗଲରୁ ବାହାରି ୨ଟି ଦନ୍ତାହାତୀ ଗତକାଲି ଠାରୁ ଦେଓଗାଁ ରେଞ୍ଜର ବିଭିନ୍ନ ଗାଁ ବୁଲିବା ପରେ ଦେଓଗାଁ ପାଖ ଶନିତୋଟା ନିକଟରେ ଅନେକ ସମୟ ଧରି ରହିଥିଲେ। ବନବିଭାଗ କର୍ମଚାରୀ ସେମାନଙ୍କୁ ଟମକା ଜଙ୍ଗଲକୁ ଫେରାଇବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ରାତିରେ ସେମାନେ ଆନନ୍ଦପୁର ରେଞ୍ଜରେ ପ୍ରବେଶ କରି ବିଭିନ୍ନ ଗାଁ ଭିତର ଦେଇ ବୈତରଣୀ ନଦୀ ପାର ହେବା ପରେ ଆନନ୍ଦପୁର ପୌରପରିଷଦ ପଦ୍ମପୁର ନିକଟରେ ପହଞ୍ଚିଥିଲେ। ରାତି ସାରା ବନ ବିଭାଗ ସେମାନଙ୍କୁ ଟ୍ରାକ୍ କରିବା ସହିତ ବିଭିନ୍ନ ଗାଁର ବିଦ୍ୟୁତ୍ କାଟ କରି, କିଭଳି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ହେବ ସେନେଇ ପ୍ରୟାସ ଜାରି ରଖିଥିଲେ। କିନ୍ତୁ ବିଳମ୍ବିତ ରାତିରେ ହାତୀ ଦୁଇଟି ପୁନର୍ବାର ବୈତରଣୀ ନଦୀ ପାର ହୋଇ ତାଳଗାଁ ନିକଟରେ ରହିଥିବା ସୂଚନା ମିଳିଛି। ଗାଁ ନିକରେ ହାତୀ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

୧୫ ସେପ୍ଟେମ୍ବରରେ ଦୁର୍ଲ୍ଲଭ ରାଜଯୋଗ; ଏହି ୪ ରାଶିଙ୍କ ଖୋଲିଯିବ ଭାଗ୍ୟ, ଖାଲି ହେବ ଧନର ବର୍ଷା

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories