ଭୁବନେଶ୍ବର : ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ନୂଆ CB125 ହର୍ନେଟ୍ ଓ ସାଇନ୍ ୧୦୦ ଡିଏକ୍ସ ନେଇଆସିଛି । ହର୍ନେଟର ଦାମ୍ ୧,୧୨,୦୦୦ ଟଙ୍କା ଥିବାବେଳେ ସାଇନ୍ ୧୦୦ଡିଏକ୍ସରେ ଦାମ୍ ୭୪,୧୦୦ ଟଙ୍କା ରଖିଛି କମ୍ପାନୀ । ଉଭୟ ମୋଟରସାଇକେଲର ଡେଲିଭରୀ ମଧ୍ୟ କମ୍ପାନୀ ଆରମ୍ଭ କରିଦେଇଛି । ପାର୍ବଣ ଋତୁକୁ ନଜରରେ ରଖି କମ୍ପାନୀ ଏହି ୨ ନୂଆ ବାଇକ୍ ନେଇଆସିଛି । ୨୨ ସେପ୍ଟେମ୍ବରରୁ ଜିଏସଟି ୨.୦ ଲାଗୁ ହେବା ପରେ ଗାଡିଗୁଡିକର ଦାମ୍ ହ୍ରାସ ମଧ୍ୟ ପାଇବ ।
ଯୁବପିଢିଙ୍କୁ ନଜରରେ ରଖି ହର୍ନେଟ୍ ସିବି ୧୨୫ ପ୍ରସ୍ତୁତ କରିଛି କମ୍ପାନୀ । ସେହିଭଳି ସାଇନ୍ ୧୦୦ରେ ପୂର୍ବ ଅପେକ୍ଷା ଅନେକ ନୂଆ ଫିଚର୍ ମିଳିବ । ଏହା ସହିତ ଉଭୟ ଗାଡି ଅନେକ ନୂଆ ରଙ୍ଗର ବିକଳ୍ପ ସହିତ ମଧ୍ୟ ଉପଲବ୍ଧ ହେବ । ହର୍ନେଟରେ ପ୍ରଥମ ଥର ସୁନେଲି ରଙ୍ଗର ୟୁଏସଡି ଫ୍ରଣ୍ଟ ଫୋର୍କ୍ସ ଦିଆଯାଇଛି । ଏହା ସହିତ ଏଥିରେ ଅଲ୍ ଏଲଇଡି ଲାଇଟିଂ ସୁବିଧା ଦିଆଯାଇଛି । ଚାର୍ଜିଂ ପାଇଁ ଟାଇପ୍ ସି ପୋର୍ଟ ସହିତ ସିଙ୍ଗଲ ଚ୍ୟାନେଲ୍ ଏବିଏସ୍ ମଧ୍ୟ ରହିଛି । ହର୍ନେଟରେ ୧୨୩.୯୪ ସିସି ସିଙ୍ଗଲ ସିଲିଣ୍ଡର ଫ୍ୟୁଲ ଇଞ୍ଜେକ୍ଟେଡ୍ ଇଞ୍ଜିନ୍ ରହିଛି ଯାହା ୮.୨ କିଲୋଓ୍ବାଟ୍ ପାଓ୍ବର ଓ ୧୧.୨ ଏନଏମର ପିକ୍ ଟର୍କ ଉତ୍ପନ କରିଥାଏ । ଏଥିରେ ୫ ସ୍ପିଡ୍ ଗିୟରବକ୍ସ ମିଳିବ । ମାତ୍ର ୫.୪ ସେକେଣ୍ଡରେ ଏହା ଶୂନ୍ୟରୁ ୬୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଧରିପାରିବ ।
ହୋଣ୍ଡା ସାଇନ୍ ୧୦୦ଡିଏକ୍ସରେ ଆକର୍ଷକ ଲୁକ୍ ପ୍ରଦାନ କରାଯାଇଛି । ଚଉଡା ଫ୍ୟୁଲ ଟ୍ୟାଙ୍କ, ଆକର୍ଷକ ବଡି ଗ୍ରାଫିକ୍ସ, ଅଲ୍ ବ୍ଲାକ୍ ଇଞ୍ଜିନ୍ ଓ ଗ୍ରାବ୍ ରେଲକୁ କ୍ରୋମ ମଫଲର କଭରରେ ଆଣିଛି କମ୍ପାନୀ ।ଏଥିରେ ୯୮.୯୮ ସିସିର ସିଙ୍ଗଲ ସିଲିଣ୍ଡର, ଏଫଆଇ ଓବିଡି୨ବି ଇଞ୍ଜିନ ରହିଛି ଯାହା ୫.୪୩ କିଲୋଓ୍ବାଟ ପାଓ୍ବର ଓ ୮.୦୪ ଏନଏମର ପିକ୍ ଟର୍କ ଉତ୍ପନ କରିଥାଏ । ଏଥିରେ ୪ ସ୍ପିଡ୍ ଗିୟରବକ୍ସ ଯୋଡାଯାଇଛି ।



