www.samajalive.in
Wednesday, November 19, 2025
29.1 C
Bhubaneswar

ଟ୍ରେନ୍‍ ଧକ୍କାରେ ୩ ହାତୀ ମୃତ

କେନ୍ଦୁଝର  : ପୁଣି ସଙ୍କଟରେ ଗଜରାଜଙ୍କ ଜୀବନ। ଅନେକ ସମୟରେ ମଣିଷ-ହାତୀ ଉଭଙ୍କ ମଧ୍ୟରେ କେତେବେଳେ ମଣିଷ ତ କେତେବେଳେ ହାତୀଙ୍କ ମୃତ୍ୟୁ ହେଉଛି। ଗତକିଛି ମାସ ତଳେ ରେଳଧାରଣା ପାର୍‍ ହେବା ସମୟରେ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଏହି ଘଟଣା ଘଟିଛି। ରେଳଧାରଣାରେ ଟ୍ରେନ ଧକ୍କାରେ ଚାଲିଯାଇଛି ୩ ହାତୀଙ୍କ ଜୀବନ। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଏକ ମାଲବାହୀ ଟ୍ରେନ ଧକ୍କାରେ ୨ ଛୁଆ ହାତୀ ଓ ମାଆ ହାତୀର ମୃତ୍ୟୁ ଘଟିଛି। ହାତୀପଲ ରେଳ ଧାରଣା ପାର୍‍ ହେବା ସମୟରେ ଯୋଡାର ବାଂଶପାଣି ବେହେରା ହଟିଂ ନିକଟରେ ହାତୀପଲଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗତକାଲି ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ଆଜି ଭୋର ସମୟରେ ଆହତ ଆଉ ୨ ହାତୀଙ୍କର ମୃତ୍ୟୁ ହୋଇଛି। ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି ପାଇଛି। ହାତୀପଲ ରେଳ ଧାରଣା ପାର୍‍ ହେବା ସମୟରେ ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା।

Hot this week

ରଣଜୀ ଟ୍ରଫି : ଓଡିଶାର ପ୍ରଥମ ବିଜୟ

ଭୁବନେଶ୍ୱର:ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ ହୋଇଛି। ନାଗାଲାଣ୍ଡକୁ...

ଶପଥ ନେବେ ନୀତିଶ : ବଦଳିଲା ସମୟ

ସମାଜ ଲାଇଭ ଡ଼େସ୍କ : ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ...

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

Related Articles

Popular Categories