www.samajalive.in
Saturday, December 6, 2025
23.1 C
Bhubaneswar

ଲୋକମାନଙ୍କ ଦାନ ଟଙ୍କାରେ ପ୍ରତିବର୍ଷ ବିଦ୍ୟାଳୟର ୫ ଜଣ ଛାତ୍ର ଛାତ୍ରୀ ପାଇବେ ମେଧା ବୃତ୍ତି

ବେଗୁନିଆ : ବେଗୁନିଆ ବ୍ଲକ ଅଧିନସ୍ଥ ବଡବେରଣା ଡି କେ ଏସ ଏନ ବିଦ୍ୟାପୀଠର ପରିଚାଳନା କମିଟିର ବୈଠକ କମିଟିର ସଭାପତି ଭିକାରୀ ଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ବିଦ୍ୟାଳୟର ଶିକ୍ଷାଦାନ ଶୈକ୍ଷିକ ପରିବେଶ ଓ ପରିଚାଳନା ସହିତ ବିଭିନ୍ନ ଆନୁଷଙ୍ଗିକ ବିଷୟରେ ଆଲୋଚନା କରାଯାଇଥିଲା ।ବିଦ୍ୟାଳୟକୁ ୫ଟି ଅନ୍ତର୍ଭୁକ୍ତ କରାଯାଇଥିବାରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
ସଭାପତି ଶ୍ରୀ ପଣ୍ଡା ବିଦ୍ୟାଳୟ ପାଇଁ ଏକ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ କରିବା ପାଇଁ ଘୋଷଣା କରିଥିଲେ । ଏହି ଟଙ୍କାର ସୁଧରେ ପ୍ରତିବର୍ଷ ୯ମ ଶ୍ରେଣୀ ପରୀକ୍ଷାରେ ଅଧିକ ନଂ ରଖି ଉତ୍ତୀଣ୍ଣ ହୋଇଥିବା ୨ଜଣ ଏବଂ ଦଶମ ଶ୍ରେଣୀ ପରୀକ୍ଷାରେ ଅଧିକ ନଂ ରଖି ଉତ୍ତୀଣ୍ଣହୋଇଥିବା ୩ ଜଣ ଛାତ୍ର ଛାତ୍ରୀ ଉକ୍ତ ମେଧା ବୃତ୍ତି ପାଇବେ ବୋଲି ସ୍ଥିର କରାଯାଇଥିଲା ।ବିଦ୍ୟାପୀଠର ଉପଦେଷ୍ଟା ସଭ୍ୟଭଗବାନ ପଣ୍ଡା ୫୦ ହଜାର ଟଙ୍କା ଉପରୋକ୍ତ ମତେ ଫିକ୍ସ ଡିପୋଜିଟ କରିବେ ବୋଲି କହିଥିଲେ ।ଏହି ଟଙ୍କାର ସୁଧରେ ପ୍ରତିବର୍ଷ ବିଦ୍ୟାପୀଠର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ।ପ୍ରଧାନଶିକ୍ଷକ ଏବଂ ଦାତାଙ୍କ ନାମରେ ଜଏଣ୍ଟ ଆକାଉଣ୍ଟରେ ଏହି ଟଙ୍କା ରହିବ ବୋଲି ସ୍ଥିର କରାଯାଇଥିଲା ।ଉକ୍ତ ବୈଠକରେ ସରୋଜକୁମାର ମହାପାତ୍ର ,ସନ୍ତୋଷକୁମାର ମହାପାତ୍ର ,ରବୀନ୍ଦ୍ରନାଥ ପଣ୍ଡା ,ନିକୁଞ୍ଜବିହାରି ମହାପାତ୍ର ,ଭାଗିରଥି ପ୍ରଧାନ ପୁରୁଷୋତ୍ତମ ମହାପାତ୍ର ଉପେନ୍ଦ୍ର ନାୟକ ,ସଂଯୁକ୍ତା ଶତପଥୀ ଓ ବିଦ୍ୟାଳୟର ଅନ୍ୟ କର୍ମଚାରିମାନେ ଉପସ୍ଥିତ ଥିଲେ ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories