www.samajalive.in
Monday, December 15, 2025
15.1 C
Bhubaneswar

କଂସରରେ ହାତୀପଲଙ୍କ ଉତ୍ପାତ, ଭାଙ୍ଗିଲେ ୨ ଘର

ସାରନଗରୀ: ପୁଣି ଦେଖାଦେଇଛି ବଣୁଆ ହାତୀପଲଙ୍କ ଉତ୍ପାତ। ଲାଠିକଟା ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମ ପଂଚାୟତ ଅଧିନସ୍ଥ କଂସର ଅଂଚଳର ମୁଣ୍ଡାଟୋଲାରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଗତ ଶୁକ୍ରବାର ୧୫ରୁ ଉର୍ଦ୍ଧ ହାତୀ କଂସର ମଧ୍ୟକୁ ପଶି ଆସିଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ହାତୀପଲଙ୍କୁ ଦେଖି କଂସର ମୁଣ୍ଡାଟୋଲାରେ ଗ୍ରାମବାସୀ ମାନେ ଏକ ପ୍ରକାର ଭୟଭୀତ ହୋଇ ପଡ଼ିଥିଲେ। ପରେ ଗ୍ରାମବାସୀ ମାନେ ଏକଜୁଟ ହୋଇ ରାତିରେ ହାତୀ ଘଉଡ଼ାଇବା ପ୍ରକିୟା ଆରମ୍ଭ କରିଥିଲେ। କିଛି ଗ୍ରାମବାସୀ ହାତୀ ଦାଉରୁ ନିଜ ଜୀବନକୁ ବଂଚାଇବା ଉଦ୍ଦେଶ୍ୟରେ ନିଜ ନିଜ ଘରୁ ପଳାୟନ କରିଥିଲେ। ହାତୀପଲ ଖାଦ୍ୟ ସନ୍ଧାନରେ ବିଭିନ୍ନ ଘରେ ପଶିବା ଦେଖିବାକୁ ମିଳିଥିଲା। ମୁଣ୍ଡାଟୋଲା ନିକଟସ୍ଥ କୁଦାରଟୋଲାର ଭୁକ୍ତା ମୁଣ୍ଡା ଓ ଅମ୍ରିତ ଟପ୍ନୋଙ୍କ ଖପରା ଘରକୁ ହାତୀପଲ ନଷ୍ଟ କରି ଦେଇଥିବା ଖବର ମିଳିଛି। ଅଟାଘାଟ ନିକଟରେ ହାତୀପଲ ଫସଲ ନଷ୍ଟ କରିଥିବା ମଧ୍ୟ ସୂଚନା ମିଳିଛି। ଅପରପକ୍ଷରେ ହାତୀ ଆକ୍ରମଣରେ କେହି ଆହତ ଅବା ମୃତ ହୋଇନଥିବା ପ୍ରକାଶ। ହାତୀ ପଲକୁ ଘଉଡ଼ାଇବା ପରେ ସେମାନେ ଜଲଦା ‘ଏ’ ବ୍ଲକ ପାହାଡ଼ ପଟେ ଚାଲି ଯାଇଥିବା କିଛି ଗ୍ରାମବାସୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ହାତୀପଲଙ୍କ ଉତ୍ପାତକୁ ନେଇ ଗ୍ରାମବାସୀ ମାନେ ବନବିଭାଗକୁ ଅବଗତ କରାଇବା ପରେ ବନବିଭାଗ କର୍ମଚାରୀ ମାନେ ହାତୀ ଘଉଡ଼ାଇବାକୁ ପ୍ରକିୟା ଆରମ୍ଭ କରିଥିବା ଜଣାପଡ଼ିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories