ଭଞ୍ଜନଗର: ଭଞ୍ଜନଗର ସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଗାଲେରି ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ପ୍ରାୟ ୩୦ବର୍ଷ ହେବ ବୋଲି ଡିଏଫଓ ହିଂମାଶୁ ମହାନ୍ତି ସୂଚନା ଦେଇଛନ୍ତି। ଧନୁଷ୍ଟଙ୍କାର ରୋଗରେ ପୀଡିତ ହୋଇ ହାତୀଟିର ମୃତ୍ୟୁ ଘଟିଥିବା ପ୍ରାଣୀ ଚିକିତ୍ସକ ସନ୍ଦେହ କରିଛନ୍ତି। ରବିବାର ସକାଳେ ହାତୀଟି ନିକଟସ୍ଥ ପୋଖରୀକୁ ପାଣି ପିଇବାକୁ ଆସିଥିଲା। ହାତୀଟି ଠିକ୍ ଭାବରେ ଚାଲିପାରୁନଥିଲା। ହାତୀଟିର ଅବସ୍ଥା ଦେଖି କିଛି ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ। ପରେ ବନ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ସେତେବେଳକୁ ହାତୀଟି ଜଙ୍ଗଲ ମଧ୍ୟକୁ ପଳାଇଥିଲା। ବନବିଭାଗ ଅଧିକାରୀ ଏବଂ ପ୍ରାଣୀ ଚିକିତ୍ସକ ହାତୀଟିର ଚିକିତ୍ସା କରୁଥିବା ସମୟରେ ହାତୀଟିର ମୃତ୍ୟୁ ଘଟିଥିଲା।
Popular Categories



