www.samajalive.in
Saturday, December 6, 2025
15.1 C
Bhubaneswar

ପରିବା ତୋଳିବା ପାଇଁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ମହିଳା

ଢେଙ୍କାନାଳ : ପରିବା ତୋଳିବାକୁ ଯାଇ ସୋମବାର ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ସଦର ରେଞ୍ଜ ବନାଞ୍ଚଳ ଚାଉଳିଆ ଗାଁରେ ଘଟିଛି। ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ମହିଳା ଜଣଙ୍କ ହେଲେ ବିନତୀ ଷେଣ୍ଢ (୪୨)। ମହିଳା ଜଣଙ୍କୁ ହାତୀ ଶୁଣ୍ଢରେ କଚାଡ଼ି ଦେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସୂଚନା ଯୋଗ୍ୟ, ଆଜି ଭୋର ପ୍ରାୟ ୫ଟା ୩୦ ସମୟରେ ବିନତୀ ଚାଉଳିଆ ଗାଁର ଯୋରନ୍ଦା ନାଳ ନିକଟରେ ଥିବା ତାଙ୍କ ଜମିରୁ ପରିବା ତୋଳିବା ପାଇଁ ଯାଇଥିଲେ। ମାତ୍ର ସେହି ସମୟରେ ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ତାଙ୍କ ଚିତ୍କାର ଶୁଣି ନିକଟରେ ଥିବା ଅନ୍ୟ ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories