www.samajalive.in
Saturday, December 6, 2025
17.1 C
Bhubaneswar

ଆମ୍‌ ଆଦ୍‌ମୀ ପାର୍ଟିର ନୂଆ ନାଁ ମୁସଲିମ୍‌ ଲିଗ୍‌ ହେବା ଉଚିତ: କପିଳ ମିଶ୍ରା

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ରହିଛି। ମତଦାନ ତାରିଖ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳର ନେତାମାନେ ପରସ୍ପରକୁ ସମାଲୋଚନା କରିବାରେ ଲାଗିଛନ୍ତି। ଏହି ଅବସରରେ ବିଜେପି ପ୍ରାର୍ଥୀ କପିଳ ମିଶ୍ରା ପୁଣି ଥରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)କୁ ଟାର୍ଗେଟ କରିଛନ୍ତି। ସେ ଏକ ଖବର ସରବରାହ ସଂସ୍ଥାକୁ ମନ୍ତବ୍ୟ ଦେଇ କହିଛନ୍ତି, ଦିଲ୍ଲୀରେ ଗାଡ଼ିରେ ନିଆଁ ଲଗାଇ ଦିଆଗଲା ଏବଂ ପୁଲିସ କର୍ମୀଙ୍କୁ ମାଡ଼ ମରାଗଲା, ଯାହା ପଛରେ କଂଗ୍ରେସ ଏବଂ ଆପ୍‌ର ହାତ ରହିଛି। ଅରବିନ୍ଦ କେଜ୍ରିୱାଲ ଜିନ୍ନାଙ୍କ ରାଜନୀତି କରୁଛନ୍ତି। ଆପ୍‌ର ନୂଆ ନାଁ ମୁସଲିମ୍‌ ଲିଗ୍‌ ହେବା ଉଚିତ।

ଏହା ବ୍ୟତୀତ କପିଳ ମିଶ୍ରା ଟ୍ବିଟ୍‌ କରି ମଧ୍ୟ ଅନୁରୂପ କଥା ଦୋହରାଇଛନ୍ତି। ସେ କହିଛନ୍ତି, ଅମର ଖାଲିଦ, ଅଫଜଲ ଗୁରୁ, ବୁରହାନ ୱାନୀ ଏବଂ ଅନ୍ୟ ଆତଙ୍କବାଦୀଙ୍କୁ ପିତା ଭଳି ମାନୁଥିବା ଲୋକ ଯୋଗୀ ଆଦିତ୍ୟନାଥଙ୍କୁ ଡରୁଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories