ନୂଆଦିଲ୍ଲୀ: କରୋନା ଭାଇରସ ଚୀନରେ ମହାମାରୀ ରୂପ ଧାରଣା କରିଥିବା ବେଳେ ସୋମବାର ଦକ୍ଷିଣ ପଶ୍ଚିମ ଚୀନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭୂକମ୍ପ ପରେ ଚୀନ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସମାଚାର ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରହିଛି।
ଚୀନରେ ଭୂକମ୍ପ ପରେ ପ୍ରଭାବିତ ଅଞ୍ଚଳରୁ ଏପର୍ଯ୍ୟନ୍ତ ୧୫୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୩୪ଟି ଗାଡି ନିୟୋଜିତ ହୋଇଛି। ଭୂକମ୍ପରେ କାହାର ପ୍ରାଣହାନି ଘଟିଥିବା ସୂଚନା ମିଳିନାହିଁ। ପ୍ରାୟ ୧୦ ମିନିଟ୍ ଧରି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ବୋଲି ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି। ଭୂକମ୍ପ କେନ୍ଦ୍ରସ୍ଥଳରୁ ୩୮ କିମି ଦୂରରେ ଥିବା ଚେଙ୍ଗଡୁ ଅଞ୍ଚଳରେ ଅଧିକ ମାତ୍ରାରେ ଝଟକା ଅନୁଭୂତ ହୋଇଛି ବୋଲି ଜଣାପଡିଛି।



