ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ଅନ୍ତର୍ଗତ ମିଶନ ଛକ ଠାରେ ଥିବା ମିଶନ ଗୀର୍ଜା ପରିସର ମଧ୍ୟକୁ ରବିବାର ସକାଳ ସମୟରେ ଏକ ଦନ୍ତାହାତୀ ପଶି ଆସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ହାତୀଟି ଗୀର୍ଜା ପରିସର ମଧ୍ୟକୁ ଫାଟକ ବାଟେ ଭିତରକୁ ପଶିଥିବା ଅନୁମାନ କରାଯାଉଛି। ପ୍ରବେଶ କରିବା ସମୟରେ ହାତୀକୁ କେହି ଦେଖି ନଥିଲେ ମଧ୍ୟ ପରେ ବଗିଚା ମଧ୍ୟରେ ହାତୀକୁ ଲୋକେ ଦେଖିଥିବାର ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ହାତୀକୁ ଘଡ଼ାଇବାକୁ ଉଦ୍ୟମ କରୁଛନ୍ତି । ସୁନ୍ଦରଗଡ଼ ସହର ମଧ୍ୟକୁ ପ୍ରଥମ ଥର ଦନ୍ତାହାତୀ ପ୍ରବେଶ କରିଥିବା ଜଣାପଡ଼ିଛି।
Popular Categories



