ଥରେ ଚାର୍ଜ କଲେ ୧୪୦ କିଲୋମିଟର ଯିବ ଏହି ଇ-ସ୍କୁଟର, ଜାଣନ୍ତୁ ଦାମ୍ ଓ ଫିଚର୍..

ନୂଆଦିଲ୍ଲୀ : ବେଙ୍ଗାଲୁରୁ ସ୍ଥିତି ନ୍ୟୁମରସ ମୋଟର୍ସ ନିଜ ଡିପ୍ଲୋସ ମ୍ୟାକ୍ସ ଇଲେକ୍ଟ୍ରିକ୍ ସ୍କୁଟରକୁ ଲଞ୍ଚ୍ କରିଦେଇଛି । ଏହାକୁ ପ୍ରଥମ ଥର ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ରେ ପ୍ରଦର୍ଶିତ କରାଯାଇଥିଲା । ଏହାର ଦାମ୍ ୧.୧୩ ଲକ୍ଷ(ଏକ୍ସ-ଶୋରୁମ୍) ରଖାଯାଇଛି । ଏହି ସ୍କୁଟର ୬୩ କିଲୋମିଟର ପ୍ରତି ଘଣ୍ଟା ସର୍ବାଧିକ ସ୍ପିଡରେ ଗତି କରିପାରିବ । ଏଥିରେ ୧.୮୫ କିଲୋଓ୍ବାଟର ଲିଥିୟମ୍ ଆୟନ ବ୍ୟାଟେରୀ ଦିଆଯାଇଛି ଯାହା ଇକୋ ମୋଡରେ ୧୪୦ କିଲୋମିଟରର ଦମଦାର ରେଞ୍ଜ ପ୍ରଦାନ ଏହାକୁ ୧.୨ କିଲୋଅବାଟ୍ ଚାର୍ଜରରେ ୪ ଘଣ୍ଟାରେ ଫୁଲ୍ ଚାର୍ଜ କରିହେବ ।
ଏଥିରେ ରାଉଣ୍ଡ ହେଡଲାଇଟ୍, ଅଣ୍ଡରସିଟ୍ ଷ୍ଟୋରେଜ୍ ମିଳିଥାଏ । ସ୍କୁଟରରେ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ୍ ଦିଆଯାଇଛି ଯେଉଁଥିରେ ରାଇଡିଂ ମୋଡ୍ସ, ଜିଓଫେସିଂ, ଗାଡି ଟ୍ରାକିଂ ଓ ଥେଫ୍ଟ ଆଲର୍ଟ ଭଳି କନେକ୍ଟିଭିଟି ଫିଚର୍ ରହିଛି । ଏହା ବ୍ୟତୀତ ଏହି ଇଲେକ୍ଟ୍ରିକ୍ ସ୍କୁଟରରେ ଟେଲିସ୍କୋପିକ୍ ଫ୍ରଣ୍ଟ ଫୋକର୍ସ ଓ ରିୟର ଟ୍ବିନ୍ ଶକ୍ସ ଦିଆଯାଇଛି । ଏଥିରେ ୧୫୦ ଏମଏମର ଗ୍ରାଉଣ୍ଡ କ୍ଲିୟରାନ୍ସ ମିଳୁଛି । କମ୍ପାନୀ ୨୦୨୭ ସୁଦ୍ଧା ୫୦ ସହରରେ ୧୦୦ରୁ ଅଧିକ ଡିଲରସିପ୍ ଖୋଲିବାକୁ ଯୋଜନା କରୁଛି ।
Comments are closed.