www.samajalive.in
Sunday, December 7, 2025
23.1 C
Bhubaneswar

ବିଜେଡିର ଅଭିଯୋଗ – ଘଣ୍ଟା ବାଣ୍ଟୁଛନ୍ତି ସମ୍ବିତ ପାତ୍ର

ଭୁବନେଶ୍ବର: ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଲୋକଙ୍କୁ ଘଣ୍ଟା ବାଣ୍ଟୁଥିବା ନେଇ ଅଭିଯୋଗ ହୋଇଛି। ସମ୍ବିତ ନିଜ ଫଟୋ ସହ ବିଜେପିର ଲୋଗୋ ଥିବା ଘଣ୍ଟା ଦୋକାନୀଙ୍କୁ ବାଣ୍ଟୁଥିବା ଅଭିଯୋଗ ଆଣି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ଫେରାଦ ହୋଇଛି।
ବିଜେଡି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ବିଜେପି ପ୍ରାର୍ଥୀ ସମ୍ବିତ ଏବଂ ତାଙ୍କ ପ୍ରଚାର ଟିମ୍ ଲୋକଙ୍କୁ ଘଣ୍ଟା ବାଣ୍ଟୁଛନ୍ତି। ଘଣ୍ଟାରେ ପଦ୍ମ ଚିହ୍ନ, ବିଜେପି ଲୋଗୋ ଏବଂ ସମ୍ବିତଙ୍କ ଫଟୋ ରହିଛି। ନିର୍ବାଚନ ଆୟୋଗଙ୍କ ଆଦର୍ଶ ଆଚରଣ ବିଧିକୁ ଏହା ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରୁଛି। ମୁକ୍ତ ଭାବେ ଭୋଟ ଦେବାର ଅଧିକାର ପ୍ରତ୍ୟେକ ନାଗରିକଙ୍କ ରହିଛି।

ପୁରୀ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିବାକୁ ବିଜେଡି ଅନୁରୋଧ କରିଛି। ଏଥିସହ ସମ୍ବିତ ଏବଂ ତାଙ୍କ ଟିମ୍‌ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ବିଜେଡିର ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା, ପ୍ରିୟବ୍ରତ ମାଝି, ଅମିତ ମଲ୍ଲିକ ପ୍ରମୁଖ ସାମିଲ ଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories