ମନମୁଣ୍ଡା : ପୁଲିସର କଡା ସୁରକ୍ଷା ବଳୟରେ ଆରମ୍ଭ ହେଲା ସାନି ମତଦାନ। ଆଜି କନ୍ଧମାଳ ସଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ କିରାସିରା ଓ ମହେଶ୍ୱରପିଣ୍ଡା ବୁଥରେ ସାନି ମତଦାନ ଅନୁଷ୍ଠିତ ହୋଇଛି। କିରାସିରା ବୁଥରେ ବ୍ୟାପକ ବୁଥ ରେଗିଂ ହୋଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରା ଯାଇଥିଲା। ମହେଶ୍ୱର ପିଣ୍ଡାରେ ସରକାରୀ କଲକୁ ହାତ ବାରିସୀ କରି ଅଧାରେ ମତଦାନ ବନ୍ଦ କରି ପୋଲିଂ ବାକ୍ସ ଜୋର ଜବରଦସ୍ତ ଲାଠି ଚାଳନା ସହିତ ରବର ଗୁଳି ଚାଳନା କରି ବାକ୍ସ ନେଇ ଥିବା ନେଇ ବିଜେପି ପ୍ରାର୍ଥୀ ଅଭିଯୋଗ କରିଥିଲେ।
ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକ ସମ୍ପର୍କ ଅଧିକାରୀ ବିନାୟକ ମିଶ୍ରଙ୍କ ଦ୍ୱାରା ଜାରି କରାଯାଇଥିବା ସୂଚନା ପ୍ରକାରେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଥ ନମ୍ୱର-୨୬ ଓ ବୁଥ ନମ୍ବର-୨୮ ରେ ଆଜି ପୁନଃ ମତଦାନ ଅନୁଷ୍ଠିତ ହେଉଛି। ଶାନ୍ତି ଶୃଙ୍ଖଳା ସହିତ ଧାଡିରେ ଭୋଟର ଠିଆ ହୋଇଛନ୍ତି ।ସକାଳ ୭ଟା ରୁ ଅପରାହ୍ନ ୪ ଟା ଯାଏଁ ଏହି ମତଦାନ ଚାଲିବ ।



