ନିର୍ଵାଚନ ସକାଶେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତିର ଅଂଶବିଶେଷ ଭାବେ ନିର୍ବାଚନ ଆୟୋଗ ନୂଆଦିଲ୍ଲୀରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ କାର୍ଯ୍ୟ ସମୟରେ ଦାୟିତ୍ୱ ଓ ଭୂମିକା ସଂକ୍ରାନ୍ତରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କୁ ଅବଗତ କରାଯାଇଛି। ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବାପରେ ଏହା ପ୍ରଥମ ବୈଠକ। ଏହି ବୈଠକରେ ବ୍ୟୟ ତଦାରଖକାରୀ ପର୍ଯ୍ୟବେକ୍ଷକମାନଙ୍କୁ କଳାଧନ, ମଦ ତଥା ନିଶା ଔଷଧ ଜରିଆରେ ଭୋଟ୍ଦାତାମାନଙ୍କୁ ପ୍ରଭାବିତ କରାଯିବା ପଦକ୍ଷେପ ବିରୁଦ୍ଧରେ ନିର୍ବାଚନ ଆୟୋଗର ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ କରାଯାଇଛି। ଭାରତୀୟ ରାଜସ୍ୱ ସେବା ଭାରତୀୟ ପ୍ରଶାସନିକ ସେବା ଓ ଭାରତୀୟ ପୁଲିସ ସେବାର ଅଧିକାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ କାର୍ଯ୍ୟରେ ମୁତୟନ ପାଇଁ ବଛାଯାଇଛି।