www.samajalive.in
Monday, December 15, 2025
14.1 C
Bhubaneswar

ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ

ବେଗୁନିଆପଡା: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏନେଇ କେତେବେଳେ ବି ବିଗୁଲ୍ ବାଜିଯାଇପାରେ । ଆଉ ତାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଶାୟୀ ପ୍ରାର୍ଥୀମାନେ ବି ନିଜ ନିଜ ସଂଗଠନକୁ ସୁଦୃଢ କରିବା ପାଇଁ  ଅଂଟା ଭିଡ଼ିଛନ୍ତି । ଆଉ ସେହି ପରିପ୍ରେକ୍ଷୀରେ କବିସୂର୍ୟ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ବେଗୁନିଆପଡ଼ା ହନୁମାନ ମନ୍ଦିର ବାଟିକାଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଦଳା ଏନଏସି ଉପାଧ୍ୟକ୍ଷ ତଥା ଯୁବନେତା ହରପ୍ରସାଦ ସାହୁ ଉପସ୍ଥିତ ରହି ଆଗାମୀ ନିର୍ବାଚନ ଓ ବିଭିନ୍ନ ପ୍ରସଙ୍ଗ ସଂପର୍କରେ ଆଲୋଚନା କରିଥିଲେ । ବୈଠକରେ  ବେଗୁନିଆପଡ଼ା ପଂଚାୟତର ବହୁ କର୍ମକର୍ତା  ଯୋଗଦାନ କରି ବିକାଶ ଓ କଲ୍ୟାଣମୂଳକ ଯୋଜନା ସଂପର୍କରେ ଆଲୋଚନା କରିବା ସହ ଭୋଟରମାନଙ୍କ ସହ ସୁସଂପର୍କ ସ୍ଥାପନ ଉପରେ ଗୁରୁତ୍ୱାରୋପ କରିଥିଲେ । ଜନସାଧାରଣଙ୍କ ଅସୁବିଧା ଓ ସମସ୍ୟା ସହିତ ଜଡ଼ିତ ରହି ସେମାନଙ୍କୁ ସହଯୋଗ କରିବା ନିମନ୍ତେ ହରପ୍ରସାଦ ସାହୁ ଆହ୍ୱାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବେଗୁନିଆପଡ଼ା ସମିତି ସଭ୍ୟ ନାରାୟଣ ବେହେରା, ଯୁବନେତା ଲିଲୁ ମାଝି, କ୍ରିଷ୍ଣା ପାତ୍ର, ଏମ୍. ସଞ୍ଜିବ ରାଓ, ଆଦିକନ୍ଦ ପଳତା, ବଳରାମ ସ୍ୱାଇଁ, କାଳିଆ ପଣ୍ଡା, ଗୋପିନାଥ ଗୌଡ଼, ସୁରେନ୍ଦ୍ର ପୋଲେଇ, ରବିନ୍ଦ୍ର ସ୍ୱାଇଁ, କୃଷ୍ଣ ସ୍ୱାଇଁ, ତ୍ରିନାଥ ପାତ୍ରଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories