www.samajalive.in
Sunday, December 7, 2025
14.1 C
Bhubaneswar

ଚିକିଟି: ଦ୍ୱିତୀୟ ପର୍ଯ୍ୟାୟ, ସମସ୍ତେ ପ୍ରସ୍ତୁତ

ଚିକିଟି: ଚିକିଟିରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ମତଦାନ ଅନୁଷ୍ଠିତ ହେବ। ମତ ଦାନ ପାଇଁ ଚିକିଟି ବ୍ଲକରେ ୧୨୧ ଗୋଟି ଗାଁରେ ୨୪୬ ଗୋଟି ବୁଥ କରାଯାଇଛି । ୯୨,୯୩୭ ହଜାର ମୋଟ ଭୋଟରରୁ ପୁରୁଷ ଭୋଟର ୪୬,୯୫୩ ରହିଥିବା ବେଳେ ୪୫,୯୮୪ ମହିଳା ଭୋଟର ଏବଂ ୨ ଜଣ କିନ୍ନର ଭୋଟର ମତଦାନ କରିବେ ବୋଲି ସୂଚନା ମିଳିଛି । ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ଏହି କ୍ରମରେ ଚିକିଟି ଗଡ଼ ଷ୍ଟାଡିଅମରେ ବାଲଟ ପେପର ଗଣନା ସମେତ ଅନ୍ୟାନ୍ୟ ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟ ସମାପନ ହୋଇସାରିଛି । ୧୭ ଗ୍ରାମପଞ୍ଚାୟତ ପାଇଁ ୨୦ ଜଣ ସେକ୍ଟର ଅଫିସର ନିୟୋଜିତ ରହିଛନ୍ତି। ସମସ୍ତ ବୁଥକୁ ପୋଲିଂ ଟିମ୍ ପହଞ୍ଚି ସାରିଛନ୍ତି । ଶତକଡା ଦଶ ଭାଗ ଅତିରିକ୍ତ ଟିମ ବ୍ଲକରେ ମହଜୁଦ ରହିଛନ୍ତି । ତିନିଜଣ ମାଜିଷ୍ଟ୍ରେଟ ଦାୟିତ୍ୱରେ ଅଛନ୍ତି । କେ. ନୂଆଗାଁ ଥାନା ପାଇଁ ଚିକିଟି ତହସିଲଦାର ବିଶ୍ୱରଂଜନ କହଁର, ଗୋଳନ୍ଥରା ଥାନା ପାଇଁ ଅତିରିକ୍ତ ତହସିଲଦାର କୁଲଦୀପ କୁମାର ଏବଂ ସୁନାପୁର ମରାଇନ ଥାନା ପାଇଁ କବିରାଜ ଆଚାର୍ଯ୍ୟ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିବା ନିର୍ବାଚନ ଅଫିସର ଫାଲ୍ଗୁନୀ ମାଝୀ ସୂଚନା ଦେଇଛନ୍ତି । ବ୍ଲକର ବୁଥ ନଂ-୧୨(ଗୋବିନ୍ଦ ପୁର ) ଏବଂ ବୁଥ ନଂ -୨୦(ଅମ୍ବାଗାଁ )ରେ ଦୁଇଗୋଟି ପିଙ୍କ ବୁଥ କରାଯାଇଛି । ଧାନଘର ମା ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ଉପରେ ଖାଦ୍ୟ, ପାନୀୟ ବ୍ୟବସ୍ଥା ବୁଝୁଛନ୍ତି । ନିର୍ବାଚନ ପରିଚାଳନା ପାଇଁ ଚିକିଟି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ ନୋଡାଲ ଅଫିସର ଭାବେ ରହିଥିବା ବେଳେ ଗ୍ରାମପଂଚାୟତ ଅଫିସର ଚକ୍ରଧର ପ୍ରଧାନ ଇନଚାର୍ଜ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଚିକିଟି ବ୍ଲକର ସମସ୍ତ ସମ୍ବେଦନଶୀଳ ବୁଥ ପ୍ରତି ପୁଲିସ ପ୍ରଶାସନ ସଜାଗ ରହିଥିବା ନିର୍ବାଚନ ଅଧିକାରୀ ଫାଲ୍ଗୁନୀ ମାଝୀ କହିଛନ୍ତି ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories