www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ

ନୂଆଦିଲ୍ଲୀ: ସାତଟି ପର୍ଯ୍ୟାୟରେ ହେବାକୁ ଥିବା ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ୯୧ଟି ଲୋକସଭା ଆସନରେ ହେବ। ଏଥିରେ ଓଡ଼ିଶାର ବ୍ରହ୍ମପୁର, କୋରାପୁଟ, ନଗରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ସମେତ ଏହି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟି ବିଧାନସଭାରେ ମଧ୍ୟ ମତଦାନ କରାଯିବ। ଓଡ଼ିଶା ସମେତ ଦେଶର ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ଲୋକସଭା ଆସନରେ ଆସନ୍ତାକାଲି ମତଦାନ କରାଯିବ। ଏହାବ୍ୟତୀତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ, ସିକିମ ଆଦି ରାଜ୍ୟରେ ଲୋକସଭା ସହ ବିଧାନସଭା ନିର୍ବାଚନ ଲାଗି ମଧ୍ୟ ଭୋଟ ଗ୍ରହଣ କରାଯିବ। ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ସହ ୧୭୫ଟି ବିଧାନସଭା ଓ ସିକିମ୍‌ର ଗୋଟିଏ ଲୋକସଭା ସହ ୩୨ଟି ବିଧାନସଭା ଆସନ, ଅରୁଣାଚଳ ପ୍ରଦେଶର ୨ଟି ଲୋକସଭା ସହ ୬୦ ଆସନ ବିଶିଷ୍ଟ ବିଧାନସଭା ଲାଗି ମଧ୍ୟ ଆସନ୍ତାକାଲି ମତଦାନ କରାଯିବ।

ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟର ସଂସଦୀୟ କ୍ଷେତ୍ର ଗୁଡିକ ମଧ୍ୟରେ ବିହାର (୪), ଆସାମ (୫), ଛତିଶଗଡ଼(୧), ଜାମ୍ମୁ-କାଶ୍ମୀର(୨), ମହାରାଷ୍ଟ୍ର(୭), ମଣିପୁର (୧), ମେଘାଳୟ(୨), ମିଜେରାମ(୧), ନାଗାଲାଣ୍ଡ(୧), ତେଲେଙ୍ଗାନା(୧୭), ତ୍ରିପୁରା(୧), ୟୁପି(୮), ଉତ୍ତରାଖଣ୍ଡ(୫), ପଶ୍ଚିମବଙ୍ଗ(୨), ଆଣ୍ଡାମାନ(୧), ଲାକ୍ଷାଦ୍ବୀପର ଗୋଟିଏ ଲୋକସଭା ଆସନରେ ଭୋଟ ହେବ। ସୁରକ୍ଷା ବ୍ୟବସ୍ଥାକୁ ଏଥିପାଇଁ ଦୃଢ କରାଯାଇଥିବାବେଳେ ଅଧିକରୁ ଅଧିକ ସଂଖ୍ୟାକ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ନିର୍ବାଚନ ଆୟୋଗ ନିବେଦନ କରିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories