ନୂଆଦିଲ୍ଲୀ: ଏପ୍ରିଲ ୨୧ରୁ ୨୮ ପର୍ୟ୍ୟନ୍ତ ବୁଦାପେଷ୍ଟରେ ଆୟୋଜିତ ହେବ ଟେବୁଲ ଟେନିସ ବିଶ୍ବ ଚମ୍ପିଆନସିପ୍। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ଭାଗ ନେବାକୁ ନେଇ ଅନିଶ୍ଚିତତା ଦେଖା ଦେଇଥିଲା। ଇତିମଧ୍ୟରେ ବିଶ୍ବ ଚମ୍ପିଆନସିପ୍ରେ ଭାଗ ନେବାକୁ ଭାରତୀୟ ଦଳକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସବୁଜ ସଙ୍କେତ ପ୍ରଦାନ କରିଥିବା ଜଣାପଡ଼ିଛି। ଏଥିସହ ଦଳର ଗସ୍ତ ଓ ଅନ୍ୟାନ୍ୟ ଆବଶ୍ୟକତା ନିମନ୍ତେ ଅର୍ଥ ବ୍ୟବସ୍ଥା ମଧ୍ୟ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ କରାଯାଇଛି। କେବଳ ସେତିିକି ନୁହେଁ ଡେନମାର୍କରେ ପ୍ରଶିକ୍ଷଣ ଶିବିର ଆୟୋଜନ ପାଇଁ ମଧ୍ୟ କ୍ରୀଡ଼ା ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି। ଅନ୍ୟପକ୍ଷରେ ଭାରତୀୟ ଦଳରୁ ହରମିତ୍ ଦେଶାଇଙ୍କୁ ବାଦ୍ ଦେଇ ଆଣ୍ଟୋନି ଅମଲରାଜ୍ଙ୍କୁ ସ୍ଥାନ ଦେଇଛି କ୍ରୀଡ଼ା ମନ୍ତ୍ରଣାଳୟ। ବିଶ୍ବ ଚମ୍ପିଆନସିପ୍ରେ ଆଣ୍ଟୋନିଙ୍କ ବ୍ୟତୀତ ଶରତ କମଲ, ମାନବ ଠକ୍କର, ଜି ସତ୍ୟନ୍ ପୁରୁଷ ବିଭାଗରେ ଓ ମାନିକା ବାତ୍ରା, ଅର୍ଚ୍ଚନା କାମାଥ୍, ମଧୁରିକା ପାଟକର୍ ମହିଳା ବିଭାଗରେ ପ୍ରତିନିଧିତ୍ବ କରିବେ।
Popular Categories



