ମାଲିକକୁ ଆକ୍ରମଣକାରୀଠାରୁ ରକ୍ଷା କରିବା ପାଇଁ ଦଉଡି ଆସିଲା ହାତୀ, ଦେଖନ୍ତୁ ଭିଡିଓ

0

ବ୍ୟାଙ୍ଗକକ୍‌: ପଶୁମାନେ ମାଲିକ ପ୍ରେମୀ । ସେମାନେ ସ୍ନେହ ପାଉଥିବା ଲୋକଙ୍କୁ ବି ସ୍ନେହ ଦେଇଥାଆନ୍ତି । ସେମାନଙ୍କୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପାରନ୍ତି । ଏପରି ଏକ ଘଟଣା ଥାଇଲାଣ୍ଡରେ ଦେଖିବାକୁ ମିଳିଛି ।

ଏକ ହାତୀର ଯତ୍ନ ନେଉଥବା ବ୍ୟକ୍ତିଙ୍କୁ ଆଉଜଣେ ଆକ୍ରମଣ କରି ତଳେ ପକାଇବାକୁ ଚେଷ୍ଟା କରୁଥିବା ବେଳେ ହାତୀଟି ଦଉଡି ଆସି ତାଙ୍କୁ ରକ୍ଷା କରିବାକୁ ,ଚେଷ୍ଟା କରୁଛି । କେବଳ ସେତିକି ନୁହେଁ ସେ ତଳେ ପଡିଥିବା ବେଳେ ତାଙ୍କୁ ଉପରକୁ ଉଠାଇବାକୁ ଚେଷ୍ଟା କରୁଛି । ଏହି ଭିଡିଓରେ ହାତୀର ଯତ୍ନ ନେଉଥିବା ବ୍ୟକ୍ତି ହାତୀଟି ତାଙ୍କୁ କିପରି ସ୍ନେହ କରୁଛି ତାକୁ  ଉତ୍ତୋଳନ କରିବା ପାଇଁ ଚେଷ୍ଟା କରିଛନ୍ତି ।

ହାତୀଟିକୁ ଏହି ବ୍ୟକ୍ତି ଜଣଙ୍କ ୧୭ ବର୍ଷ ଧରି ପାଳିଛନ୍ତି । ଏହି ହାତୀଟି ନିଜ ମାଲିକକୁ ଅତି ଭଲ ପାଉଛି ।

video courtsey-rumble.com

https://rumble.com/v30ez9-protective-elephant-and-elephant-rescue-2-files.html

Leave A Reply